ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଆଞ୍ଚଳିକ ବିକାଶ ପରିଷଦ ଦାଣ୍ଡିମାଳ ଗ୍ରାମ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

ଢେଙ୍କାନାଳ ଦାଣ୍ଡି ମାଳ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ଜିଲ୍ଲାପାଳ ଙ୍କୁ ବିଭିନ୍ନ ଦାବି ନେଇ ଭେଟିଥିଲେ । ମୁଖ୍ୟ ଦାବି ହେଲା ଦାଣ୍ଡିମାଳ ଅଞ୍ଚଳରେ ଝାରଗାଡ଼ିଆ ଠାରୁ ପଞ୍ଚପଟି ରାସ୍ତାକୁ ମରାମତି କରାଯାଉ । ବର୍ତ୍ତମାନ ବାଇପାସ ଜାତୀୟ ରାଜପଥ ୫୫ ନୂତନ ହେବା ଦ୍ଵାରା ପୁରୁଣା ରାସ୍ତାର ଚଳାଚଳ ଅସମ୍ଭବ ହୋଇ ପଡିଛି । ଏହି ରାସ୍ତା ରେ ଦାଣ୍ଡିମାଳ ଅଞ୍ଚଳ ବ୍ୟତିତ ବଳରାମପୁର, କାଶିଆଡିହି, ବାବନ୍ଧ, ଗଞ୍ଜରା ଗ୍ରାମର ଜନ ସାଧାରଣ ଯାତାୟତ କରିଥାଆନ୍ତି । ଚଳିତ ବର୍ଷ ପାର୍ବଣ ଦଶହରା ଉତ୍ସବ ଆମ ଅଞ୍ଚଳରେ ପ୍ରାୟ ୫୦ ବର୍ଷ ହେଲା ପାଳିତ ହୋଇ ଆସୁଛି । ଗତ ଦୁଇ ବର୍ଷ କରୋନା କଟକଣା ଥିବାରୁ ଦଶହରା ପୂଜା ବିଧି ଅନୁଯାଇ ପାଳନ ହୋଇ ଆସୁଛି । କିନ୍ତୁ ଚଳିତ ବର୍ଷ ଦଶହରା ପୂଜା ମହାସମାରୋହରେ ହେବାର ଅଛି ।୨୨ଟି ପୂଜା ଅନୁଷ୍ଠାନର ଦାବି କି ରାସ୍ତା ମରାମତି ସହିତ ସମ୍ପୂର୍ଣ୍ଣ ପିଚୁ କରିବାକୁ ଦାବି ରଖିଛନ୍ତି ।ଦାଣ୍ଡିମାଳ ମଧ୍ୟ ଦେଇ ଯାତ୍ରୀ ବାହୀ ବସ୍ ଚଳାଚଳ ହୋଇ ପାରୁ ନ ଥିବାରୁ ଅଞ୍ଚଳରେ ଛାତ୍ର ଛାତ୍ରୀ ମହିଳା, ବୃଦ୍ଧ, ଅସହାୟ ଓ ରୋଗାକ୍ରାନ୍ତ ବ୍ୟକ୍ତିର ଅସୁବିଧା ହୋଇ ଆସୁଅଛି । ଏଥିପାଇଁ ଦୁର୍ଘଟଣାର ଶିକାର ମଧ୍ୟ ହୋଇ ଥାଆନ୍ତି । ତେଣୁ ଏହି ରାସ୍ତାରେ ସମସ୍ତ ବସ୍‌ ଚଳା ଚଳ ପାଇଁ ଜନ ସାଧାରଣଙ୍କର ଦାବି ଅଛି ।ଟାଟା କମ୍ପାନୀ ବାରମ୍ଵାର ଅଘୋଷିତ ବିଦ୍ୟୁତ କାଟ୍ ଦ୍ଵାରା ଜନ ସାଧାରଣ ଅତିଷ୍ଠ ହୋଇଛନ୍ତି ତେଣୁ ନିରବିଚ୍ଛନ୍ନ ବିଦ୍ୟୁତ ସେବା ପାଇଁ ଦାବି କରିଛନ୍ତି। ଏହି ସବୁ ଦାବି ନେଇ ସଭାପତି ମୋହନ ମୁରାରୀ ମିଶ୍ର,ଚନ୍ଦ୍ରଶେଖର ସାହୁ, ଦିବାକର ରାଉତ, ଶିବ ପ୍ରସାଦ ରାଉତ, ଧନେଶ୍ୱର ରାଉତ, ଗଙ୍ଗାଧର ରାଉତ ଙ୍କ ଉପସ୍ଥିତରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କୁ ଏହି ଦାବି ପତ୍ର ଦେଇଥିଲେ ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ , ମସିହା ନିଉଜ୍

Related posts

ତାଳଚେର ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

Sunil Chandra Nayak

ସମ୍ପର୍କର ‘ ନାଟ୍ଯ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

Sunil Chandra Nayak

Leave a Comment

error: Content is protected !!