ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

ଚନ୍ଦାହାଣ୍ଡି  (ମ ନି ସ) ରକ୍ତହୀନତାର ଶିକାର ହୋଇଥିବା ଜଣେ ଝିଅ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ଜଣକ ହେଉଛନ୍ତି  ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗ୍ରାମର ବରୁଣ ବାଘ । ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି  ବ୍ଲକ ଅଧିନସ୍ଥ ମାଲପଡ଼ା ଗ୍ରାମର ଦିଗଚନ ଗୌଡ଼ ଙ୍କ ଝିଅ ସର୍ବେଶ୍ୱରି ଗୌଡ଼ ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ AB+ ବ୍ଲଡ ର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ ।  ଯୁବ ନେତା ତଥା ସମାଜ ସେବୀ ଭୋଦେଵ ବାଘ ଙ୍କୁ ଏନେଇ ଦିଗ ଚନ ଗୌଡ଼ କହିବା ପରେ ସେ ହଳଦୀ ଗ୍ରାମର ବରୁଣ ବାଘ ଙ୍କୁ ସାଙ୍ଗରେ ନେଇ ଧର୍ମଗଡ ଡାକ୍ତରଖାନାକୁ ଯାଇ  ରକ୍ତଦାନ କରିଥିଲେ । ବିପଦ ସମୟରେ   ରକ୍ତଦାନ କରି ବରୁଣ ମଣିଷ ପଣିଆ କୁ  ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ବରୁଣ ଓ ଭୋଦେବ ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

ମୋଟଙ୍ଗା ନୋଡାଲ ସ୍କୁଲ୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ମୁତି

Sunil Chandra Nayak

Leave a Comment

error: Content is protected !!