ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ

 ଡାବୁଗାଁ, ୧୭/୯  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଜିଲା ଯୁବ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ତରଫରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ଜି. ସାଇ ରାଜୁ ଙ୍କ ନେତୃତ୍ଵରେ ଡାବୁଗାଁ ଭୈରବ ମନ୍ଦିର ଠାରୁ ଏକ ରାଲିରେ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା | ସେଠାରୁ ଫେରି ମୁଖ୍ୟ ରାସ୍ତାର ଚାରି ଛକ ରେ ଏକ ପଥପ୍ରାନ୍ତ ସଭା ରେ ସରକାର ଙ୍କ ର ଶିକ୍ଷିତ ଯୁବତୀ ଯୁବକ ମାନଙ୍କୁ ନିଯୁକ୍ତି ନଦେବା, ବେକାରି ସମସ୍ୟା ବୃଦ୍ଧି ନେଇ ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଶୋଦଗାର କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଜୋନ-୨ ଜିଲା ପରିଷଦ ସଭ୍ୟା ଲିପିକା ମାଝି, ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟି ସଭାପତି ଟିକି ବିଶୋଇ, ଡାବୁଗାଁ ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀ ମାଝି, ଡାବୁଗାଁ ବ୍ଲକ କଂଗ୍ରେସ ର ଜିଲା ପରିଷଦ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଜୋନ-୨ ସଭାପତି ବଂଶୀଧର ମାଝି, ଡାବୁଗାଁ ସରପଞ୍ଚ ବିନୋଦ ସୌରା, ବୋରିଗାଁ ସରପଞ୍ଚ ସୁକୃ ଭତ୍ରା, ନନ୍ଦପୁରା ସରପଞ୍ଚ ହୀରାସିଂ ମାଝି, ଧବଳ ନାୟକ ଓ କର୍ମୀ ମାନେ ଯୋଗ ଦେଇଥିଲେ | ଶେଷରେ ଡାବୁଗାଁ ବଜାରରେ ସଞ୍ଜୟ ବିଶୋଇ ନାମକ ଯୁବକ ଡିଗ୍ରୀ ଇଞ୍ଜିନିୟର ପାଠ ଶେଷ କରି ଚାକିରି ନପାଇ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ର ଦୃଶ୍ୟ କଂଗ୍ରେସ ନେତା ମାନେ ଜଣସାଧାରଣଙ୍କୁ ଦେଖାଇଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

କବି ମୋହନ ଭଟ୍ଟ ପୂଣ୍ୟ ଉତ୍କଳ ଫାଉଣ୍ଡେସନରେ ସମ୍ମାନିତ

Sunil Chandra Nayak

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!