ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

 ହଜିଲା ଦରବ

(ଅଧ୍ୟୟ–୧୦)

ଦିଲ୍ଲୀପ କୁମାର ନନ୍ଦୀ 

ଡାକବାଲା ଡାକ ଦୁଆରେ ଶୁଭୁନି
ଡମ୍ବରୁ ଶବ୍ଦ ଶୁଭୁନି
ବରଫ ବାଲାର ହାଲ୍କା ତ ଶୁଭୁନି
ସବୁ ତ ଅନଲାଇନ।୧।
ଦରଜୀ ବାପୁଡ଼ା ଆସୁନି ଗାଆଁକୁ
ଫେରିବାଲା ବି ଆସୁନି
କ୍ଷୀରବାଲାଟାର ଡାକ ତ ଶୁଭୁନି
ଡବାରେ ଛୁଆ ତ ତୁନି।୨।
ମାଛବାଲା ପାଟି ଶୁଭୁନାହିଁ ଆଉ
ଗୁଡ଼ିଆ ଆଉ ଡାକୁନି
ଚୁଡ଼ାବାଲିଟାକୁ କେହି ବି ଦେଖୁନି
ସକାଳେ ତ ଚାଉମିନ୍।୩।
ଅଖା ଦୋଉଡ଼ କି ଜିଲାପି ଡିଆଁବି
କବାଡ଼ି ଖେଳର ଧୂଳି
ମୁଣ୍ଡପୋତା ଖେଳ ସାପୁଆକେଳା କି
କି ଅବା ବାଉଁଶ ରାଣୀ।୪।
କାଏମା, ଧର୍ମଶାଳା, ଯାଜପୁର

Related posts

ଦୟନୀୟ ଅବସ୍ଥାରେ ଦୁଇ ବିକଳାଙ୍ଗ ଭାଇ

Sunil Chandra Nayak

ଓ୍ଵାଲଟିୟର ଡିଭିଜନାଲ ରେଲଓ୍ବେ ଡିଆରଏମ୍ ଙ୍କ ରାୟଗଡା ଗସ୍ତ

Sunil Chandra Nayak

ବେନଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!