ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

ନାରୀ ମନସ୍ତତ୍ତ୍ବର ନିଖୁଣ ଚିତ୍ରଣ ଓଡିଆ ଉପନ୍ୟାସ କୁ କାଳଜୟୀ କରିପାରିଛି ….

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀକବି ସମ୍ମିଳନୀ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ଦୀପିକା ମହିଳା ସଂହତି ର ସଭାପତି ସୀମାଦେବ ଭୌମିକ ମୁଖ୍ୟଅତିଥି, ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟା ଶିବପ୍ରିୟା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।ମୁଖ୍ୟବକ୍ତା ଶ୍ରୀମତୀ ମିଶ୍ର ଆଧୁନିକ ଓଡିଆ ଉପନ୍ୟାସରେ ନାରୀ ମନସ୍ତତ୍ତ୍ଵର ଶୀର୍ଷକ ଉପରେ ଆଲୋଚନା କରି କହିଲେ ଯେ ନାରୀ ମନସ୍ତତ୍ତ୍ଵର ନିଖୁଣ ପରିପ୍ରକାଶ ଆଧୁନିକ ଓଡିଆ ଉପନ୍ୟାସ ସାହିତ୍ୟକୁ ରୁଦ୍ଦିମନ୍ତ କରିବା ସଂଗେ ସଂଗେ ସାମାଜିକ ସନ୍ତୁଳନରେ ସହାୟକ ହୋଇପାରିଛି । ମୁଖ୍ୟଅତିଥି ଶ୍ରୀମତୀ ଭୌମିକ ନିଜ ବକ୍ତବ୍ଯ ରେ କହିଲେ ଯେ ସଂସଦର ଏଭଳି କାର୍ଯ୍ୟ ନାରୀକବି ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଏହି ଅବସରରେ ଅତିଥିମାନେ ପୁଷ୍ପାରାଣୀ ପଟେଲଙ୍କ ଗଳ୍ପ ସଂକଳନ ‘ ବାପାଙ୍କ ଛାଇରେ’କୁ ଉନ୍ମୋଚନ କରିଥିବା ବେଳେ ପୁସ୍ତକଟିକୁ ସୁସ୍ମିତା ମହାପାତ୍ର ସମୀକ୍ଷା ଓ ରଶ୍ମି ସାହୁ ପାଠକୀୟ ଅଭିମତ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ଅଧ୍ୟକ୍ଷତା ଓ ଡଲି ବ୍ରହ୍ମା,ଉର୍ବଶୀ ଦାଶ ତଥା ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ବହୁ କବି କବିତା ପାଠ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମମତା ଜେନା ଓ ଦ୍ୱିତୀୟ ପର୍ଯ୍ୟାୟରେ ସୁମିତ୍ରା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ,ପୁଲିନ ରାଉତରାୟ, ସ୍ନେହଲତା ନାୟକ,କିଶୋରୀ ଦାସ, ବ୍ରଜେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଜି ସାର୍ଥକ ଦାଦାଗିରି କାର୍ଯ୍ୟକ୍ରମ ରେ ଢ଼େଙ୍କାନାଳ ଝିଅ ବିଭାରାଣୀ

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

ଦୁଇ ଦିନ ପେଟ୍ରୋଲ ପମ୍ପ ସନ୍ଧ୍ୟାରୁ ସକାଳ ବନ୍ଦ

Leave a Comment

error: Content is protected !!