ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ରାଜପଥ ରୁ ହିଂଜିଲିବାହିଲି ରାସ୍ତା ଶୋଚନୀୟ

ଜୁନାଗଡ଼,୨୦/୯(ମ ନି ସ)  ଜୁନାଗଡ଼ ସହରର ଜାତୀୟରଜପଥ ରୁ ହିଂଜିଲିବାହିଲି ରାସ୍ତା ଶୋଚନୀୟ ହୋଇ ସାଧାରଣ ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି । ସହରରର ୧ନମ୍ବର ୱାର୍ଡ ଜାତୀୟ ରାଜପଥ ୨୬ ହିଂଜିଲିବାହିଲି ଛକରୁ ଯାଇଥିବା ମୁଖ୍ୟରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଡିଛି ଫଳରେ ସାଧାରଣ ଚଳପ୍ରଚଳ ବାଧାପ୍ରାପ୍ତ ହୋଇ ଅଂଚଳ ବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ଏହି ରାସ୍ତା ସହରର ଏକ ପ୍ରମୁଖ ରାସ୍ତା ଏହା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ଏହି ରାସ୍ତା ଓ ନାଳ ନିର୍ମାଣ ପାଇଁ ଅନେକ ଦିନରୁ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଟେଣ୍ଡର ହୋଇଛି ।ଡ୍ରେନ କାମ ଅଧାପନ୍ତରିଆ ହୋଇ ରହିଥିବାବେଳେ ରାସ୍ତା କାମ ଏ ପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଓ କାଦୁଅ ହୋଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଚଳପ୍ରଚଳ ବାଧା ପ୍ରାପ୍ତ ହେଉଛି।ଯାହା ଦ୍ୱାରା ଅଂଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ସ୍ଥାନୀୟ ଅଂଚଳ ବାସୀ ଦାବି କରିଛନ୍ତି।ଅନ୍ୟଥା ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚରମ ଚେତାବନୀ ଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ବିଜେପି ପକ୍ଷରୁ କୋମନ ଥାନା ଘେରାଉ 

Sunil Chandra Nayak

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!