ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକା ବେକରେ ଓଢଣୀ ଦେଇ ଆତ୍ମହତ୍ୟା

ଥୁଆମୂଳ ରାମପୁର:୨୧/୦୯: (ମନିସ):- ମନୁଷ୍ୟ ସମାଜରେ ଏବେ  ଆତ୍ମହତ୍ୟା କରୁଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛ। ଏଭଳି ଏକ ଘଟିଣା ପୁଣି ସାମ୍ମାକୁ ଆସିଛି ଜଣେ ନାବାଳିକା ନିଜ ଓଢଣୀ ବେକରେ ଦେଇ ଆତ୍ମହତ୍ୟା କରିଥିବା ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ନାକରୁଣ୍ତି ଗ୍ରାମପଞ୍ଚାୟତ ଅଧିନରେ ଥିବା ମୋହନଗିରୀ ଗ୍ରାମର ଜନୈକ ବ୍ଯକ୍ତି ଉଗ୍ରେସେନ ନାଏକଙ୍କ ଝିଅ ମନୀଷା ନାଏକ (୧୫) ବୋଲି ଜଣାପଡିଛି। ବିଶେଷ ଖବରୁ ଜଣାଯାଏ ଯେ, ଗତ ୧୭/୦୯/୨୦୨୨ ତାରିଖ ଶନିବାର ଦିନ ମନୀଷା ନାଏକ ଘରୁ ବାହାରି ଯାଇ ପୁଣି ସେ ଘରକୁ ଫେରିନଥିଲେ।ତେଣୁ ଏହାକୁ ନେଇ ପରିବାରର ଲୋକେ ବ୍ଯାକୁଳ ହୋଇପଡି ଆଖପାଖ ଅନେକ ସ୍ଥାନରେ ବହୁ ଖୋଜାଖୋଜି କରି ଶେଷରେ ନପାଇ ନିରାଶ ହୋଇଥିଲେ। କିନ୍ତୁ ଗତ ମଙ୍ଗଳବାର ୨୦/୦୯/୨୦୨୨ ତାରିଖ ଦିନ ଗାଈ ଚରାଳୀ ଗ୍ରାମ ନିକଟରେ ଥିବା ଜଙ୍ଗଲ କୁ  ଗାଈ ଚରାଇବା ପାଇଁ ଯାଇଥିଲେ, ସେହି ସମୟରେ ଝିଅ ଗଛରେ ଝୁଲନ୍ତା ଅବସ୍ଥା ଦେଖି ଘର ଲୋକଙ୍କୁ ଖବର ଜଣାଇଥିଲେ। ଘର ଲୋକ ଖବର ପାଇ ଘଟଣା ସ୍ଥଳରେ ଯାଇ ଦେଖନ୍ତି ତୋ ଝିଅ ମନୀଷା ଏକ ଗଛରେ ଓଢଣୀ ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଏହା ଜାଣିବା ପରେ କର୍ଲାପାଟ ପୁଲିସ ପାଣ୍ତିରେ ଖବର ଦେଇଥିଲେ। ଖବର ପାଇ ତୂରନ୍ତ ଫାଣ୍ଡି ପୁଲିସ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥୁଆମୂଳ ରାମପୁର ଥାନାକୁ ଜଣାଇଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ ସହକର୍ମୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ନିମନ୍ତେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବାବେଳେ ଏସଂକ୍ରାନ୍ତରେ ଏକ ଅପମୃତ ମାମଲା ଋଜୁ କରି ତଦନ୍ତ ଜାରିରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର ଙ୍କ କବିତା ହାରି ଯାଇଥିବା ମଣିଷ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

Sunil Chandra Nayak

ଯୁବ ଜାଗରଣ ସମିତିର ବିପ୍ଲବୀ ଅଭିଯାନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!