ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

 ଢେ଼ଙ୍କାନାଳ:  ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ,ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ଵଳଵନ୍ତ ରାଏ , ବିଜୁ ଯୁବ ଜନତା ଦଳର ସଭାପତି ଡାକ୍ତର ବ୍ୟୋମକେଶ ରାଏ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ,ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ, ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ,ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ, ପର୍ଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏଵଂ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ଙ୍କ ଦ୍ୱାରା ଢେଙ୍କାନାଳ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି ।

 ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଆମଦାବେଡା ଗ୍ରାମର ଚାଷୀ ଅପମୃତ୍ୟୁ

Sunil Chandra Nayak

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବହୁ ଆଡମ୍ବରରେ ଗଣେଶ ପୂଜା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!