ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାର୍ବଣ ଋତୁ ଉପଲକ୍ଷେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ

 ମୟୂରଭଞ୍ଜ -୨୧/୦୯/୨୨(ମସିହା) ପାର୍ବଣ ଋତୁ ଆଗମନ। ହିନ୍ଦୁ ସଂସ୍କୃତିର ଅନନ୍ୟ ପର୍ବ ମହାଳୟା, ଶାରଦୀୟ ଦୁର୍ଗାପୂଜା, ମହମ୍ମଦ ଜୟନ୍ତୀ,ରାବଣ ପୋଡି,ଗଜଲକ୍ଷ୍ମୀ ପୂଜା,କାଳୀ ପୂଜା, ଜଗଦ୍ଧାତ୍ରୀ ପୂଜାରେ ସମଗ୍ର ଭାରତବର୍ଷ ପଲ୍ଲୀରୁ ଦିଲ୍ଲୀ ଚଳଚଂଚଳ ହେବାକୁ ଯାଉଛି ।ମହାମାରୀ କରୋନା ପାଇଁ ଦୁଇବର୍ଷ ହେଲା ମା’ଙ୍କ ଦର୍ଶନ, ଆଶୀର୍ବାଦରୁ ବଂଚିତ ଥିବା ଆବାଳ ବୃଦ୍ଧ‌ବନିତା ମା’ଙ୍କୁ ପାଖରୁ ଦର୍ଶନ କରି ଆଶୀର୍ବାଦ ନେବାକୁ ଉତ୍ସୁକତାର ସହ ଅପେକ୍ଷା କରି ବସିଛନ୍ତି ।ପ୍ରବଳ ଗହଳି, ଶାନ୍ତି ଶୃଙ୍ଖଳା ପାଇଁ ବୁଧବାର ଦିନ ଅପରାହ୍ନ ୧୧ ଘଟିକାରେ ମୟୃରଭଂଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ଵିଜାତଳା ରାଜସ୍ବ ଅଧିକାରୀ ଶ୍ରୀ ଜଗବନ୍ଧୁ ମଲ୍ଲିକ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ, ଡାକ୍ତର ପବିତ୍ର ପ୍ରତ୍ଯୁଷ ମିଶ୍ର, ରାଇରଙ୍ଗପୁର ଆଦର୍ଶ ଥାନାଧିକାରୀ ଶ୍ରୀ ଅଜୟ ସୁଦର୍ଶନ ଲାଗେ, ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ଉପସ୍ଥିତିରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା, ଶାନ୍ତି କମିଟି ସଦସ୍ୟ, ପୋଲିସ ପ୍ରଶାସନ, ଅବକାରୀ,ବିଦ୍ୟୁତ ବିଭାଗ,ପିଏଚଡ଼ି,ଅଗ୍ନିଶମ ବିଭାଗ,ପୂର୍ତ୍ତ ବିଭାଗର ବିଭାଗୀୟ କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ । ଦୁର୍ଗାପୂଜା ପୂର୍ବରୁ ପୌରାଞ୍ଚଳର ରାସ୍ତାଘାଟ ମରାମତି କରାଯିବା, ସମସ୍ତ ଓ୍ବାର୍ଡ ଓ ସାହି ବସ୍ତିରେ ଆଲୋକ ବ୍ୟବସ୍ଥା ଠିକ କରିବା,ପାନୀୟ ଜଳ ଯୋଗାଣକୁ ନିରବର୍ଛିନ ରଖିବା,ଡ୍ରେନ ଗୁଡିକୁ ସଫା କରି ବ୍ଲିଚିଂ,ମଶାତେଲ ପକାଇବା, ଯାନବାହାନ ଚଳାଚଳକୁ ସୁଗମ କରାଯିବା,ନିରବର୍ଛିନ ବିଦ୍ୟୁତ ସେବା ଦେବା, ଅତ୍ୟାବଶ୍ୟକୀୟ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା, ଅଶ୍ଳୀଳ ନାଚ ଗୀତ ବନ୍ଦ କରିବା,ବାସି ଓ ଦୂଷିତ ଖାଦ୍ୟ ବିକୁଥିବା ଦୋକାନରେ ଚଢ଼ାଉ କରିବା,ଛକ ମାନଙ୍କରେ ପାନୀୟ ଜଳ ଯୋଗାଣ କରିବା,ପୂଜା ମଣ୍ଡପ ନିକଟରେ ଅସ୍ଥାୟୀ ପାର୍କିଂ ନିର୍ମାଣ, ଶାନ୍ତି ଶୃଙ୍ଖଳା ପାଇଁ ବେଆଇନ ଚୋରା ମଦ ମାଫିଆ ଓ ନିଶା ବେପାରୀଙ୍କ ଉପରେ କଡ଼ା ନଜର ରଖିବା,ଲୁଟେରା, ଅସାମାଜିକ,ଛିନତାଇ,ପକେଟମାର,ବାଇକ ଲୁଟେରା ଓ ଆନ୍ତଃ ରାଜ୍ୟ ଡକାୟତଙ୍କ ଗତିବିଧି ଉପରେ କଡା ନଜର ରଖିବା, ସୁରକ୍ଷା ଉପରେ କଡାକଡି ଧ୍ୟାନ ଦେବାପାଇଁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ପାର୍ବଣ ଋତୁର ସମସ୍ତ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଵାମନଘାଟୀ ଉପଖଣ୍ଡବାସୀଙ୍କର ସହଯୋଗ କାମନା କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

Sunil Chandra Nayak

କବିତା – ସାହିତ୍ୟ ନୁହଁଇ ଶସ୍ତା

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!