ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୨୧/୦୯(ମନିସ)-  ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ସହକାରୀ ପରିଚାଳକ ଦିଲିପ ପ୍ରଜାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡା. ବିକାଶ ପ୍ରହରାଜ, ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳକ ଅମରକୁମାର ମହାନ୍ତି, ମେଡିକାଲ ଅଫିସର ଡା. ପ୍ରଶାନ୍ତ ପରମାଣିକ, ଶଲ୍ୟଚିକିତ୍ସା ବିଶେଷଜ୍ଞ ଡା. ଇନ୍ଦ୍ରଜିତ ପାଢୀ, ଡା. ଜୟଶ୍ରୀକେତନ ମହାପାତ୍ର, ବେଦାନ୍ତ ଲିମିଟେଡ ବାହ୍ୟ ସଂପର୍କ ବିଭାଗର ଦାମୋଦର ନାୟକ ପ୍ରମୁଖ ରୋଗୀ ଚିକିତ୍ସା, ପରାମର୍ଶ ସହିତ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ନାଏବ ସରପଞ୍ଚ ପବିତ୍ର ବିଭାର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ପାହାଡପଦର ସମିତିସଭ୍ୟ ଜଗଦୀଶ ବେନିଆଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ଅଞ୍ଚଳର ୪୦୭ଜଣ ଲୋକେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା, ପରାମର୍ଶ ସେବା ସହିତ ଔଷଧ ଗ୍ରହଣ କରିଥିଲେ । ଶିବିର ପରିଚାଳନାରେ କମ୍ୟୁନିଟି ମ୍ୟାନେଜର ଅଶୋକ ଖୋରା, ମହେନ୍ଦ୍ର ହିଆଁଲ, ପିତାମ୍ବର ଧିଣ୍ଡାଙ୍କ ସମେତ ବେଦାନ୍ତ ହସ୍ପିଟାଲର ସମସ୍ତ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ରଚିଲା ବେଦାନ୍ତ ଲିମିଟେଡ୍‌ , ଡିଜିଟାଲ୍ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବେ ଗ୍ରାମାଞ୍ଚଳ ଲୋକେ

Sunil Chandra Nayak

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

Sunil Chandra Nayak

Leave a Comment

error: Content is protected !!