ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରଥମ ଥର ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

 ତେନ୍ତୁଳିଖୁଣ୍ଟି – 22/09/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଲେପ୍ରା ସୋସାଆଇଟି ସୌଜନ୍ୟ ରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିର ରେ 54 ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ 19 ଜଣଙ୍କ ଚକ୍ଷୁ ଅସ୍ତ୍ରୋପଚାର ର ଆବଶ୍ୟକତା ରହିଛି। ସେମାନେ ଜୁନାଗଡ଼ ଚକ୍ଷୁ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଯିବେ। ମାଗଣା ରେ ଯିବେ ରହିବେ ଚିକତ୍ସା ମାଗଣା ଓ ଖାଇବା ମଧ୍ୟ ମାଗଣା। 19 ଜଣ ଙ୍କ ସମସ୍ତ ଖର୍ଚ୍ଚ ଲେପ୍ରା ସୋସାଇଟି ବହନ କରିବ। ଚକ୍ଷୁ ଡାକ୍ତର କିନୁଚରଣ ଭର୍ତିଆ ଚକ୍ଷୁ ପରୀକ୍ଷା କରିଥିଲେ। ସ୍ଥାନୀୟ ଆଶା କର୍ମୀମାନେ ଚିକିତ୍ସା ପାଇଁ ରୋଗୀ ଙ୍କୁ ନେଇଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିରରେ ରକ୍ତଦାନ,୩୩ ୟୁନିଟ୍ ରକ୍ତ ସଂଗୃହୀତ

Sunil Chandra Nayak

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

Leave a Comment

error: Content is protected !!