ଢେଙ୍କାନାଳ (ମ.ନି.ସ.)୨୨/୦୯_ ଆଜି ବଳରାମ ମନ୍ଦିର ଠାରେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସବୁଜ ପତ୍ରିକା ମହିଳା ମହାସଂଘର ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ଏସିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଉଦାସିନତା ଓ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ କିପରି ଅଣଦେଖା କରାଯାଇଛି ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ସରକାର ଦେଇଥିବା ପ୍ରତିଶୃତି ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ନହେଲେ ମହିଳା ମହାସଂଘ ତରଫରୁ ସରକାର ଙ୍କୁ ଦୃଢ ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବା ନେଇ ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଥିବା ଜଣାପଡିଛି l ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ବାସନ୍ତୀ ସାହୁ , ସଂପାଦିକା ଟିନୁ ଗଡନାୟକ ଏବଂ କୋଷାଦକ୍ଷ ପୁଷ୍ପାଞ୍ଜଳୀ ଖଣ୍ଡେଇ ଏବଂ ପ୍ରୋଜେକ୍ଟ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ ଏବଂ ସମସ୍ତ ସଦର ବ୍ଲକର କର୍ମକର୍ତ୍ତା , ଢେଙ୍କାନାଳ ମ୍ୟୁନିସିପାଲିଟର ସଭାନେତ୍ରୀ ବିଳାସିନୀ ଦଳେଇ , ସଦର ବ୍ଳକର ସଭାନେତ୍ରୀ ଅବନ୍ତୀ ଦଳେଇ , ହିନ୍ଦୋଳ ବ୍ଳକର ସଭାନେତ୍ରୀ ସୁମିତ୍ରୀ ଭୋଇ , ଓଡ଼ାପଡ଼ାର ସରିତା ନାୟକ , କାମାକ୍ଷାନଗର ବ୍ଳକର ସଭାନେତ୍ରୀ ରଶ୍ମିତା ମଲ୍ଲିକ , ହିନ୍ଦୋଳ ଏନ୍ଏସିର ସଭାନେତ୍ରୀ ସସ୍ମିତା ବେହେରା , ପର୍ଜଙ୍ଗ ବ୍ଲକର ସଭାନେତ୍ରୀ ଅଶାନ୍ତି ଗଡନାୟକ , ଗଁଦିଆ ବ୍ଳକର ସଭାନେତ୍ରୀ କୁନି ବେହେରା , ଭୂବନ ବ୍ଲକର ସଭାନେତ୍ରୀ ଅଶାନ୍ତି ମଲ୍ଲିକ , କଙ୍କଡ଼ାହାଡ଼ ବ୍ଳକର ସଭାନେତ୍ରୀ ସସ୍ମିତା ସାହୁ ଓ କର୍ମକର୍ତ୍ତାମାନେ ଉପସ୍ଥିତି ରହି ଆଲୋଚନା କରିଥିଲେ । ସଭା ଶେଷରେ ପ୍ରାଜେକ୍ଟ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟé