ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ରୁ ନୟାଗଡ଼ କୁ ଚାଲାଣ ବେଳେ ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ , ୨ ଗିରଫ

ଫୁଲବାଣୀ -: କନ୍ଧମାଳ ରୁ ନୟାଗଡ଼ ଜିଲ୍ଲା କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଜବତ କରିବା ସହ ଫୁଲବାଣୀ ସଦର ଥାନା ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ସଦର ଥାନା ପୋଲିସ ଟିମ ଗତକାଲି ଅପରାହ୍ନ ୨.୩୦ ମିନିଟ ସମୟରେ ରାସ୍ତାରେ ଗାଡ଼ି ଗୁଡ଼ିକ ଯାଞ୍ଚ କରୁଥିଲା। ସେହି ସମୟରେ କଟ୍ରିଙ୍ଗିଆ ତାଳପଡ଼ା ବିଶିପଡା ରାସ୍ତା ଦେଇ ଓ ଡି ୦୨ ବି ଏମ ୯୩୪୦ ନମ୍ବର ଏକ ବୁଲର ପିକପ ଭେନ ଗାଡ଼ି ବିସିପଡା କଷାକାଠି ନିକଟରେ ପହଞ୍ଚି ଥିଲା। ସଦର ଥାନା ଏସ ଆଇ ସମ୍ବିତ ବେହେରା ନିଜ ଟିମ ସହ ବିଶିପଡା କସାକାଠି ଛକ ମଧ୍ୟରେ ସେହି ବୁଲୋର ପିକପ ଭେନ ଗାଡ଼ି କୁ ଯାଞ୍ଚ କରିଥିଲେ। ସେହି ଗାଡିରେ ଥିବା ୧ କୁଇଣ୍ଟାଲ ୭ କେଜି ଗଞ୍ଜେଇ ଓ ଗଞ୍ଜେଇ ନେଇ ଯାଉଥିବା ବୁଲୋର ପିକପ ଭେନ କୁ ପୋଲିସ ଜବତ  କରିଥିବା ବେଳେ ଚୋରା ଗଞ୍ଜେଇ ଚାଲାଣ କାରୀ ଅଭିଯୁକ୍ତ ଦୁଇ ଜଣ କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ସାଡ଼ିଙ୍ଗିଆ ଅଞ୍ଚଳ ର ଚିକୁନ ଦିଗାଲ ଓ ଅନାମିକା ଦିଗାଲ ବୋଲି ଜଣାପଡିଛି ।ସଦର ଥାନା ଏସ ଆଇ ଲକ୍ଷ୍ମୀ ଖୁଣ୍ଟିଆ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରି କେସ ନଂ ୯୯/୨୦୨୨ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରୀ ରଖିଛି ତତ ସହିତ ଗଞ୍ଜେଇ ଚାଲାଣ କାରୀ ମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ଅଞ୍ଚଳ ରୁ କଟ୍ରିଙ୍ଗିଆ ତାଳପଡା ବିଶିପଡା ରାସ୍ତା ରେ ଆସି ନୟାଗଡ଼ ଜିଲ୍ଲା କୁ ଗଞ୍ଜେଇ ଚାଲାଣ କରିବା ନିମନ୍ତେ ଯୋଜନା ରଖିଥିବା ନେଇ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ସହରକୁ ପଲିଥିନ ମୁକ୍ତ ଓ ଅନ୍ୟାନ୍ୟ ସମସ୍ୟା କୁ ନେଇ ଧର୍ମଗଡ଼ ଏନଏସି ରେ ବ୍ୟବସାୟୀ ସଂଘର ବୈଠକ

ରୀକ୍ଷିରାମ ମେହେର ଙ୍କ କବିତା ସଂଘର୍ଷ

Sunil Chandra Nayak

ମୁଖିଗୁଡା ଠାରେ ବିଶ୍ଵ ମାନବଧିକାର ଦିବସ

Sunil Chandra Nayak

Leave a Comment

error: Content is protected !!