ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ , ଢେଙ୍କାନାଳ ଶାଖା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ (ମ.ନି.ସ.)୨୨/୦୯_  ଆଜି ବଳରାମ ମନ୍ଦିର ଠାରେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସବୁଜ ପତ୍ରିକା ମହିଳା ମହାସଂଘର ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ଏସିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଉଦାସିନତା ଓ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ କିପରି ଅଣଦେଖା କରାଯାଇଛି ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ସରକାର ଦେଇଥିବା ପ୍ରତିଶୃତି ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ନହେଲେ ମହିଳା ମହାସଂଘ ତରଫରୁ ସରକାର ଙ୍କୁ ଦୃଢ ବିରୋଧ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବା ନେଇ ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଥିବା ଜଣାପଡିଛି l ଉକ୍ତ ବୈଠକରେ ଢେଙ୍କାନାଳ ଜିଲ୍ଲା ସଭାନେତ୍ରୀ ବାସନ୍ତୀ ସାହୁ , ସଂପାଦିକା ଟିନୁ ଗଡନାୟକ ଏବଂ କୋଷାଦକ୍ଷ ପୁଷ୍ପାଞ୍ଜଳୀ ଖଣ୍ଡେଇ ଏବଂ ପ୍ରୋଜେକ୍ଟ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ ଏବଂ ସମସ୍ତ ସଦର ବ୍ଲକର କର୍ମକର୍ତ୍ତା , ଢେଙ୍କାନାଳ ମ୍ୟୁନିସିପାଲିଟର ସଭାନେତ୍ରୀ ବିଳାସିନୀ ଦଳେଇ , ସଦର ବ୍ଳକର ସଭାନେତ୍ରୀ ଅବନ୍ତୀ ଦଳେଇ , ହିନ୍ଦୋଳ ବ୍ଳକର ସଭାନେତ୍ରୀ ସୁମିତ୍ରୀ ଭୋଇ , ଓଡ଼ାପଡ଼ାର ସରିତା ନାୟକ , କାମାକ୍ଷାନଗର ବ୍ଳକର ସଭାନେତ୍ରୀ ରଶ୍ମିତା ମଲ୍ଲିକ , ହିନ୍ଦୋଳ ଏନ୍ଏସିର ସଭାନେତ୍ରୀ ସସ୍ମିତା ବେହେରା , ପର୍ଜଙ୍ଗ ବ୍ଲକର ସଭାନେତ୍ରୀ ଅଶାନ୍ତି ଗଡନାୟକ , ଗଁଦିଆ ବ୍ଳକର ସଭାନେତ୍ରୀ କୁନି ବେହେରା , ଭୂବନ ବ୍ଲକର ସଭାନେତ୍ରୀ ଅଶାନ୍ତି ମଲ୍ଲିକ , କଙ୍କଡ଼ାହାଡ଼ ବ୍ଳକର ସଭାନେତ୍ରୀ ସସ୍ମିତା ସାହୁ ଓ କର୍ମକର୍ତ୍ତାମାନେ ଉପସ୍ଥିତି ରହି ଆଲୋଚନା କରିଥିଲେ । ସଭା ଶେଷରେ ପ୍ରାଜେକ୍ଟ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟé

Related posts

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ବ୍ୟାପକ ବୃକ୍ଷ ରୋପଣ ଓ ସଂରକ୍ଷଣ ପାଇଁ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ପ୍ରତିଷ୍ଠିତ..

Leave a Comment

error: Content is protected !!