ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

କାମାକ୍ଷନଗର (ମ ନି ସ):୨୩/୦୯_ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେପ୍ଟେମ୍ବର ମାସ ବାଇଶି ତାରିଖ ଦିନ ପୋଷଣ ଦିବସ ପାଳନ କରାଯାଇଅଛି । ବିଦ୍ୟାଳୟ ର ସ୍ନାତକ ଶିକ୍ଷକ ବିଜୟ କୁମାର ବରାଳ, ଶିକ୍ଷକ ରବିନାରାୟଣ ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା ସର୍ମିଷ୍ଠା ବେହେରା ଓ ମଧୁମିତା ପ୍ରଧାନ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ପୋଷଣ ଦିବସ ସଂପର୍କରେ ଆଲୋଚନା କରିଥିଲେ। ମନୁଷ୍ୟ ବଞ୍ଚିବା ପାଇଁ ଖାଦ୍ୟ ନିତାନ୍ତ ପକ୍ଷେ ଆବଶ୍ୟକ। ଏଣୁ ସବୁଜ ପନିପରିବା, ମାଛ, ଅଣ୍ଡା, ସୋୟାବଡି, ଇତ୍ୟାଦି ଖାଇଲେ ଦେହରେ ଶକ୍ତି ଆସିବ। ସମସ୍ତେ ନିୟମିତ ତଟକା ଖାଦ୍ୟ ଓ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ । ଏଣୁ ସରକାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ରେ କରୁଅଛି। ଦୁଇ  ଦିନ ଭାତ ସହିତ ସବୁଜ ପରିବା ମିଶା ଡାଲମା, ଦୁଇ ଦିନ ସୋୟାବଡି ତରକାରୀ, ଦୁଇ ଦିନ ଅଣ୍ଡା ତରକାରି ଦେଉଅଛି। ଫଳରେ ସମସ୍ତ ଛାତ୍ରଛାତ୍ରୀ ସୁଷମ ଖାଦ୍ୟ ଖାଇବା ସହିତ ଆଇରନ ବଟିକା ସପ୍ତାହ ରେ ପ୍ରତ୍ୟେକ ସୋମବାର ଦିନ ପାଉଛନ୍ତି। ସୁଷମ ଖାଦ୍ୟ ଖାଇବା ଦ୍ୱାରା ପ୍ରୁଷ୍ଟିହୀନତା ରୋଗ ଦୂର ହୋଉଛି। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ।

କାମାକ୍ଷନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ଅସହାୟ ପରିବାର ର ସାହାରା ପାଲଟିଲେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!