ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ୍ ମୁହାମୁହିଁ ଧକ୍କା ଦୁଇ ଗୁରୁତର 

ଚନ୍ଦାହାଣ୍ଡି ୪/୧୧(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ସରଧାପୁର- ମୋତିଗାଁ ବୁଲାଣିଆ ରାସ୍ତା ରେ ଦୁଇ ବାଇକ୍ ମୁହାଁ ମୁହିଁ ଧକା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଆହତ ହୋଇ ଥିବା ବେଳେ ବାଇକ୍ ରେ ଥିବା ଏକ ପାଂଚ ବର୍ଷ ର ପୁଅ ବାଇକ୍ ରୁ ଛିଟିକି ପଡି ସେ ଅଲ୍ପ କେ ବର୍ତି ଯାଇଛି । ଦୁଇ ବାଇକ୍ ଆରୋହି ହେଲେ ଛତିଶଗଡ ରାଜ୍ୟ ଦେଓଭୋଗ ଥାନା ଅଧିନ ଅମେଡ ଗ୍ରାମର ଖିରସିନ୍ଦୁ କଟା(୨୮) ଏବଂ ଚନ୍ଦାହାଣ୍ଡି ଥାନା ଅଧିନ ପାଟଖଲିଆ ଗ୍ରାମ ର ଦେବିସିଂ ବାଘ ଏବଂ ତାଙ୍କ ପାଂଚ ବର୍ଷ ର ପୁଅ l ଖିରସିନ୍ଦୁ କୌଣଷି କାମ ରେ ନିଜଗାଁ ଅମେଡ ଠାରୁ ସି ଜି ୦୪ ଏମ୍ ବି୪୮୩୭ ଏକ ହିରୋ ଡିଲ୍କସ ବାଇକ୍ ଯୋଗେ ତାଙ୍କ ସମ୍ପର୍କିୟ ଘର କୋନ୍ଦିଓଡା ଗ୍ରାମ କୁ ଯାଉଥିବା ବେଳେ ଦେବୀସିଂ ନିଜ ଗ୍ରାମ ପାଟଖଲିଆ ଠାରୁ ସି ଜି ୨୩ ଏଫ୍ ୩୬୨୮ ନମ୍ବର ଯୁକ୍ତ ଏକ ହିରୋ ବାଇକ୍ ଯୋଗେ ତାଙ୍କ ସମ୍ପର୍କିୟ ଘର ଖପରାଡିହି କୁ ଯାଉ ଥିବା ସମୟ ରେ ଖିରସିନ୍ଦୁ ନିଶାସକ୍ତ ଅବସ୍ଥା ରେ ଥିବା ସହ ଦ୍ରୁତ ଗତି ରେ ଥିବା ରୁ ସରଧାପୁର ମୋତିଗାଁ ରାସ୍ତା ର ବୁଲାଣିଆରେ ଦେବୀ ସିଂ ଙ୍କ ଗାଡି କୁ ଧକ୍କା ଦେବାରୁ ଦେବୀ ସିଂ ଙ୍କ ବାଇକ୍ ଭାଙ୍ଗି କି ନଷ୍ଟ ହେବା ସହ ସେ ଗୁରୁତର ହୋଇ ପଡି ଥିଲେ । ଖିରସିନ୍ଦୁ ର ଗୋଡ ରେ ଏବଂ ପିଠି ରେ ଗଭିର ଆହତ ହୋଇ ଥିଲା । ସେହି ରାସ୍ତା ଦେଇ କୌଣଷି ସରକାରୀ କାର୍ଯ୍ୟ ରେ ଚନ୍ଦାହାଣ୍ଡି ହାବିଲଦାର ବିଦ୍ୟୁତ କିର୍ତନିଆ ଯାଉଥିବା ସମୟରେ ଆହତ ମାନଙ୍କୁଉଧାର କରି ଅଗ୍ନିଶମ ଗାଡି କୁ ଖବର ଦେଇ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତି କରି ଥିଲେ । ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହି ଥିବା ଡାକ୍ତରଖାନା ସୂତ୍ର ରୁ ଜଣା ପଡିଛି । ହାବିଲଦାର ଶ୍ରୀ କିର୍ତନିଆ ଦୁଇ ଦୂର୍ଗଟଣା ଗ୍ରସ୍ଥ ବାଇକ୍ କୁ ଜବତ କରିବା ସହ ଥାନା କୁ ଖବର ଦେବା ପରେ ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏ ଏସ୍ ଆଇ ହ୍ରୁଷିକେଶ ପଟେଲ ଘଟଣା ସ୍ଥଳକୁ ଯାଇ ଥିଲେ। ଥାନା ରେ କୌଣଷି ଲିଖିତ ଅଭିଯୋଗ ହୋଇ ନାହିଁ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କୋଣାର୍କ ପୁସ୍ତକ ମେଳା ସମ୍ମାନ -୨୦୨୨ ପ୍ରଦାନ

Sunil Chandra Nayak

ଛାତ୍ର ମୁଣ୍ଡ ରକ୍ତାକ୍ତ ଘଟଣା ରେ ଶିକ୍ଷୟତ୍ରୀ ସସ୍ପେଣ୍ଡ

Sunil Chandra Nayak

ମ, ରାମପୁର: ରାମୁଡ ଜଙ୍ଗଲ ନିକଟରେ ପୁଣି ରାତିରେ ଡକାୟତି 

Leave a Comment

error: Content is protected !!