ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ଙ୍କୁ ଦେଲେ ଦାବୀପତ୍ର

 ନବରଙ୍ଗପୁର,୪/୧୧(ମସିହା)ଆଜି ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ମହାସଂଘ ଜିଲ୍ଲା ର ସଭାପତି ଦିଲୀପ କୁମାର ସୁନା ଙ୍କ ନେତୃତ୍ୱରେ ସଙ୍ଘ ତରଫରୁ ୧୦ଦଫା ଦାବି ସମ୍ବଳିତ ଦାବି ପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ପ୍ରଦାନ କରାଯାଇଛି । ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ, ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ସଭା ପରିଚାଳନା ପାଇଁ କାର୍ଯ୍ୟାଳୟ ନ ଥିବା ଯୋଗୁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସାମାଜିକ କାର୍ଯ୍ୟ ଯଥା ରକ୍ତ ଦାନ, ଅନାଥ ଏବଂ ଗରିବ ପାଇଁ ଅନ୍ନ ଦାନ, ସହିତ ସ୍ୱେଚ୍ଛାସେଵୀ ଭାବେ ବି କାର୍ଯ୍ୟ କରୁଥିବାରୁ ଏସବୁ ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଜାଗା ସମ୍ପର୍କ ରେ ଅତିରିକ୍ତ ଜିଲ୍ଲାପାଳ ତହସିଲଦାର ନବରଙ୍ଗପୁର ଙ୍କୁ ପତ୍ର ଲେଖି ଜଣାଇବେ ବୋଲି ଆଶ୍ଵାସନା ଦେଇଥିବା ଜିଲ୍ଲା ମହାସଂଘ ର ସଭାପତି ଶ୍ରୀ ସୁନା ଜଣାଇଛନ୍ତି । ଏଥିରେ ଜିଲ୍ଲା ଡ୍ରାଇଭର ମହାସଂଘ ର ଆଇନ ପରାମର୍ଶଦାତା ଶ୍ରୀକାନ୍ତ କୁମାର ପଣ୍ଡା , ବ୍ଳକ ସଭାପତି କୁନା ଗୌଡ଼,ଡାବୁଗାଁ ବ୍ଲକ ସଭାପତି ସନ୍ତୋସ ଭତ୍ରା ଓ ଜିଲ୍ଲା ର ୧୦ଟି ବ୍ଲକ୍ ରୁ ଆସିଥିବା ସଙ୍ଘର ପ୍ରତିନିଧି ଓ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଦାନୀ ବୀର ହାରିଶ୍ଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ସହାୟତା

Sunil Chandra Nayak

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି ପ୍ରକାଶ ବିଶ୍ୱାଳ

Sunil Chandra Nayak

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!