ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ପଲ୍ଲିଶ୍ରୀମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଢେଙ୍କାନାଳ (ମ. ନି. ସ.) ତା . ୨୨ / ୦୯ _ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ପଲ୍ଲିଶ୍ରୀ ମେଳାକୁ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରି ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡିଆଠାରେ ଏହି ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ଏହି ମେଳା ଦିବା ୧୦ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ମେଳାରେ ସମସ୍ତ ଜିଲ୍ଲାର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , କୁଟୀର ଶିଳ୍ପ , ଡୋକ୍ରା କାରୁକାର୍ଯ୍ୟ , ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ମିଶନ ଶକ୍ତି ଓ ଜରୁରୀ ସେବା ସଂସ୍ଥା , ରାଜ୍ୟ ବାହାରର ଫୁଡ୍ ପ୍ଲାଜା , ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ ଦଳଙ୍କୁ ନେଇ ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବ ବୋଲି ଓରମାସର ଡେପୁଟି ସି.ଇ.ଓ. ଶ୍ରୀ ସୌରଭ ଦାଶ ପ୍ରକାଶ କରିଛନ୍ତି । ପଲ୍ଲିଶ୍ରୀ ମେଳାକୁ ଆକର୍ଷଣୀୟ କରିବା ପାଇଁ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦିନରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହି ପଡିଆରେ ଦୋଳି , ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳର ବ୍ୟବସ୍ଥା କରାଯିବ । ପଲ୍ଲିଶ୍ରୀ ମେଳାର ସୁପରିଚାଳନା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ । ମେଳାକୁ ଶୃଙ୍ଖଳିତ କରିବାକୁ ଏନ୍ ସି ସି ସ୍କାଉଟ , ଗାଇଡମାନଙ୍କ ସହଯୋଗ ନିଆଯିବ । ପୌରପାଳିକା ପକ୍ଷର ନିୟମିତ ଭାବେ ପରିଷ୍କାର ପରିଚ୍ଛନତା , ବିଶୋଧନ ବ୍ୟବସ୍ଥା ପାକିଂ ବ୍ୟବସ୍ଥା କରାଯିବ । ମେଳା ପଡିଆରେ ସ୍ବାସ୍ଥ୍ୟ ସଚେତନତା , ଆଶୁ ଚିକିତ୍ସା ବ୍ୟବସ୍ଥା ସହିତ ଆମ୍ବୁଲାନ୍ସ୍ ପ୍ରସ୍ତୁତ ରଖାଯିବ । ଅଗ୍ନିଶମ ପକ୍ଷରୁ ୨୪ ଘଣ୍ଟିଆ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ । ସହ ଯାନବାହନ ପଲ୍ଲିଶ୍ରୀ ମେଳା ରେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖ୍ ଟ୍ରାଫିକ ନିୟନ୍ତ୍ରଣ ସହିତ ସୁରକ୍ଷା , ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି . ପ୍ରକାଶ କରିଛନ୍ତି । ପ୍ରସ୍ତୁତି ବୈଠକରେ ପାନୀୟ ଜଳ ଯୋଗାଣ , ବିଦ୍ୟୁତ ସରବରାହ , କଣ୍ଟ୍ରୋଲ ରୁମ , ସଦେଇବେରେଣୀ ସ୍ଥିତ କଳାକୃତି ଗ୍ରାମ ଠାରେ ଷ୍ଟଲ୍‌ ର କର୍ମଚାରୀମାନଙ୍କ ରହଣି ଓ ଯାତାୟାତ ବ୍ୟବସ୍ଥା ସମ୍ପର୍କ ରେ ଆଲୋଚନା ହୋଇଥିଲା ବୈଠକରେ ପ୍ରାରମ୍ଭରେ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ ( ପ୍ରଶାସନ ) ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ଵ ) , ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ଏଲ.ଡି.ଏମ. ଶ୍ରୀ ସନଜ କୁମାର ସିଂ , ବିଭିନ୍ନ ଲାଇନ ଡିପାର୍ଟ ମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ତେରେସିଂହା ବିରାଟ ପର୍ବ ଉଦଯାପିତ

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

Sunil Chandra Nayak

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!