ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ପର୍କର ‘ ନାଟ୍ଯ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ରାଉରକେଲା/ ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସମ୍ପର୍କ ସପ୍ତାହକ ଭିତରେ ଦୁଇ ଦୁଇ ଟି ଅପୂର୍ବ ସଫଳତାର ସିଢି ଆରୋହଣ କରିବା ସହିତ ରାଉରକେଲାକୁ ଗୌରବାନ୍ବିତ କରିଛି । ସମ୍ପର୍କର ପ୍ରାଣ ପ୍ରତିଷ୍ଠାତା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ନାଟ୍ୟଚର୍ଚ୍ଚା ପତ୍ରିକାର ସମ୍ପାଦକ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସଙ୍କଳନ ଓ ସମ୍ପାଦନାରେ ଓଡ଼ିଶାର ପ୍ରଥମ ନାଟ୍ୟପ୍ରବନ୍ଧ ସଙ୍କଳନ “ନାଟ୍ୟପ୍ରବନ୍ଧ ମାନସ ” ଭୁବନେଶ୍ବରର ସୂଚନା ଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଉନ୍ନୋଚିତ  ହୋଇ ଯାଇଛି । ଏହି ବର୍ଣ୍ଣାଢ୍ଯ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକ୍ରମ ଅଧିକାରୀ ଡଃ. ମିହିର କୁମାର ସାହୁ, ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଂଗ୍ରାମ କେଶରୀ ସ୍ବାଇଁ, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ସମର ମୁଦୁଲି, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡଃ ନାରାୟଣ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ଯ ଡଃ ବିବେକାନନ୍ଦ ପାଣିଗ୍ରାହୀ, ଏହି ପୁସ୍ତକ ର ପ୍ରକାଶକ ଶୁଭେନ୍ଦୁ ଶେଖର ପାତ୍ର,ସଂକଳ୍ପ ର ସଭାପତି ସୁବ୍ରତା ପତି ଯୋଗଦାନ କରିଥିଲେ । ୪୩୨ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଓଡ଼ିଶାର ୫୨ଜଣ ବରିଷ୍ଠ ପ୍ରାବନ୍ଧିକଙ୍କ ୫୨ଟି କାଳଜୟୀ ପ୍ରବନ୍ଧ ସ୍ଥାନିତ ହୋଇଛି । ଏହା ଓଡ଼ିଆ ନାଟ୍ୟଜଗତର ଦୁଇ ଶହ ବର୍ଷର ଇତିହାସର ସ୍ବାକ୍ଷର ବହନ କରିଛି । ଏହି ଅବସରରେ ଭଞ୍ଜ କଳା ମଣ୍ଡପ ରେ ସମ୍ପର୍କର କାଳଜୟୀ ଏକକ ନାଟକ “ଅନାମ ଆତ୍ମଲିପି” ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା । ନାଟକର ରଚୟିତା ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ଏକ ଘଣ୍ଟା ଧରି ନିଜର ନିଖୁଣ ଏକକ ଅଭିନୟରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଜଣେ ଅନାମଧେୟ ନାଟ୍ଯକାରଙ୍କ ଜୀବନୀ ଉପରେ ଆଧାରିତ ଏହି ନାଟକରେ ସହ ନିର୍ଦ୍ଦେଶକ ଥିଲେ ସୁରେନ୍ଦ୍ର ପାଢୀ, ପ୍ରଚ୍ଛଦ କଣ୍ଠଦାନ କରିଥିଲେ ଅଶୋକ ବଳ, ପୁଷ୍ପା ବିଶୋଇ ଓ ସସ୍ମିତା ବେକ୍। ସଙ୍ଗୀତ- ଶକ୍ତି ପ୍ରସାଦ ମିଶ୍ର, ଆଲୋକ ରାକେଶ ଶତପଥୀ ଦେଇ ଥିବା ବେଳେ ଉପ ସଭାପତି ବିଜୟ ପାତ୍ର ମଞ୍ଚ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

କୋକସରା ବ୍ଲକ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ହେଲେ ରିତା ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!