ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ଶରତର ଆଗମାନ

ଶରତର ଆଗମାନ

ଶରତ ଋତୁରେ ସୁନୀଳ ଆକାଶେ
ଦିଶେ କେଡ଼େ ମନୋହର
ନୀଳଗଗନେ ଖଣ୍ଡମେଘମାଳେ
ନୀଳ ସମୁଦ୍ରରେ ଖେଳିଯାଏ ସେତ ତରଙ୍ଗ ପରି।
ଶସ୍ୟଶ୍ୟାମଳାପୂର୍ଣ୍ଣ କାଶତଣ୍ଡି ଫୁଲ
ଆହାଃ କି ସୁନ୍ଦର ଦିଶେ
ମୃଦୁ ପବନରେ ନାଚି ଉଠେ ମନ
ତୋଳିବାକୁ ମନ ହୁଏ ବ୍ୟାକୁଳ।
ପାହାନ୍ତିଆ ସମୟରେ ପକ୍ଷୀ ଙ୍କ ଶବଦ
ରବିର ପହିଲି କିରଣ 
ପଡ଼ିଥାଏ ଗାଁ ପୋଖରୀରେ ଛବି
ଖେଳିଥାନ୍ତି ହଂସରାଳି ସ୍ରୋତରେ ବୁଡି ବୂଡି।
ରଙ୍ଗବେରଙ୍ଗ ରେ ଫୁଲ ଫୁଟିଛି ବନେ
ସୁଗନ୍ଧିତ ବାସ୍ନା ଚାରିଆଡ଼େ ମହକେ
ଜହ୍ନିଫୁଲ ଫୁଟିଥାଏ ସଭିଙ୍କ ଘରେ ଘରେ
କୁମାର ପୂର୍ଣ୍ଣିମା ଉତ୍ସବରେ 
କୁମାରୀ ମାନେ ଯାଆନ୍ତି ତୋଳିବାକୁ
ମହା ଆନନ୍ଦରେ ।

 ମାମି ପାତ୍ର

   ତିହିଡି ଭଦ୍ରକ।

Related posts

ମଠକରଗୋଳା ମହାବିଦ୍ୟାଳୟରେ ଏନ୍.ଏସ.ଏସ ଦିବସ ପାଳିତ

Sunil Chandra Nayak

ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର ଙ୍କୁ ସମ୍ବର୍ଦ୍ଧନା , ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ 

Sunil Chandra Nayak

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

Sunil Chandra Nayak

Leave a Comment

error: Content is protected !!