Uncategorizedମାମି ପାତ୍ର ଙ୍କ କବିତା ଶରତର ଆଗମାନ by Sunil Chandra NayakSeptember 23, 2022September 23, 2022097 Share0 ଶରତର ଆଗମାନ ଶରତ ଋତୁରେ ସୁନୀଳ ଆକାଶେ ଦିଶେ କେଡ଼େ ମନୋହର ନୀଳଗଗନେ ଖଣ୍ଡମେଘମାଳେ ନୀଳ ସମୁଦ୍ରରେ ଖେଳିଯାଏ ସେତ ତରଙ୍ଗ ପରି। ଶସ୍ୟଶ୍ୟାମଳାପୂର୍ଣ୍ଣ କାଶତଣ୍ଡି ଫୁଲ ଆହାଃ କି ସୁନ୍ଦର ଦିଶେ ମୃଦୁ ପବନରେ ନାଚି ଉଠେ ମନ ତୋଳିବାକୁ ମନ ହୁଏ ବ୍ୟାକୁଳ। ପାହାନ୍ତିଆ ସମୟରେ ପକ୍ଷୀ ଙ୍କ ଶବଦ ରବିର ପହିଲି କିରଣ ପଡ଼ିଥାଏ ଗାଁ ପୋଖରୀରେ ଛବି ଖେଳିଥାନ୍ତି ହଂସରାଳି ସ୍ରୋତରେ ବୁଡି ବୂଡି। ରଙ୍ଗବେରଙ୍ଗ ରେ ଫୁଲ ଫୁଟିଛି ବନେ ସୁଗନ୍ଧିତ ବାସ୍ନା ଚାରିଆଡ଼େ ମହକେ ଜହ୍ନିଫୁଲ ଫୁଟିଥାଏ ସଭିଙ୍କ ଘରେ ଘରେ କୁମାର ପୂର୍ଣ୍ଣିମା ଉତ୍ସବରେ କୁମାରୀ ମାନେ ଯାଆନ୍ତି ତୋଳିବାକୁ ମହା ଆନନ୍ଦରେ । ମାମି ପାତ୍ର ତିହିଡି ଭଦ୍ରକ।