ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ମାଆ ଦୁର୍ଗା

      ମାଆ ଦୁର୍ଗା

              ଶ୍ଯାମା ପ୍ରସାଦ୍ ବୋଷ୍ 

 ଜୟ ମାଆ ଦୁର୍ଗା ଦୁର୍ଗତି ନାଶିନୀ 
      ଜଗତ ଜନନୀ ମାଆ 
ମାନବ ହୃଦୟୁ ଦାନବ ବିନାଶି 
      ଜଗତ କୁ ହୁଅ ସାହା । 
ହେ ସିଂହ ବାହିନୀ ମହିଷା ମର୍ଦ୍ଦିନୀ 
      ଜଗତ କଲ୍ୟାଣ କାରୀ 
ମହିଷା ରୂପକ ଅରି ବିନାଶକ
      ଆସ ମାଆ ଅବତରୀ । 
ଶରତ ଋତୁରେ ଶାରଦୀୟ ପୂଜା 
      ମାଆ ଦୁର୍ଗା ମହାମାୟୀ 
ଆଶ୍ବିନ ମାସରେ ଧରା ପୃଷ୍ଠ ପରେ 
      ଆସ ମା ଆଭୟ ଦାୟୀ । 
ମାନବ ରୂପରେ ଦାନବ ହସୁଛି 
      ଅନ୍ଯାୟ ଅଧର୍ମ କରି  
ମହିଷା ଅସୁର ଅଟ୍ଟହାସ୍ୟ କରେ 
      ମାନବର କାୟା ଧରି । 
ଦୁଷ୍କର୍ମ ଦୁର୍ନୀତି ବଢି ଯାଏ ଅତି 
      ଅନୀତି କୁନୀତି ନେଇ 
ମାଆ ଦୁର୍ଗା ଆସ ସଂସାରର ତ୍ରାସ 
      ହଟାଅ ଅଭୟ ଦେଇ । 
ମାଆ ଦୁର୍ଗା ଦେବୀ ଭାବେ ଅନୁଭବି 
      ହୃଦେ ଆଙ୍କି ତବ ଛବି 
ଜଗତ କଲ୍ୟାଣ କାମନା କରୁଛି 
      ଆଜି ଏ ଅଧମ କବି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ ,ଜିଲ୍ଲା :-ପୁରୀ

Related posts

ତୁନଗାଁ ଓ କୁଟୁରୁ ରେ ଭୋଟ ବର୍ଜ୍ଜନ କଲେ ଗ୍ରାମବାସୀ

Sunil Chandra Nayak

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ରେ ତବଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!