Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ମାଆ ଦୁର୍ଗା by Sunil Chandra NayakSeptember 23, 2022069 Share0 ମାଆ ଦୁର୍ଗା ଶ୍ଯାମା ପ୍ରସାଦ୍ ବୋଷ୍ ଜୟ ମାଆ ଦୁର୍ଗା ଦୁର୍ଗତି ନାଶିନୀ ଜଗତ ଜନନୀ ମାଆ ମାନବ ହୃଦୟୁ ଦାନବ ବିନାଶି ଜଗତ କୁ ହୁଅ ସାହା । ହେ ସିଂହ ବାହିନୀ ମହିଷା ମର୍ଦ୍ଦିନୀ ଜଗତ କଲ୍ୟାଣ କାରୀ ମହିଷା ରୂପକ ଅରି ବିନାଶକ ଆସ ମାଆ ଅବତରୀ । ଶରତ ଋତୁରେ ଶାରଦୀୟ ପୂଜା ମାଆ ଦୁର୍ଗା ମହାମାୟୀ ଆଶ୍ବିନ ମାସରେ ଧରା ପୃଷ୍ଠ ପରେ ଆସ ମା ଆଭୟ ଦାୟୀ । ମାନବ ରୂପରେ ଦାନବ ହସୁଛି ଅନ୍ଯାୟ ଅଧର୍ମ କରି ମହିଷା ଅସୁର ଅଟ୍ଟହାସ୍ୟ କରେ ମାନବର କାୟା ଧରି । ଦୁଷ୍କର୍ମ ଦୁର୍ନୀତି ବଢି ଯାଏ ଅତି ଅନୀତି କୁନୀତି ନେଇ ମାଆ ଦୁର୍ଗା ଆସ ସଂସାରର ତ୍ରାସ ହଟାଅ ଅଭୟ ଦେଇ । ମାଆ ଦୁର୍ଗା ଦେବୀ ଭାବେ ଅନୁଭବି ହୃଦେ ଆଙ୍କି ତବ ଛବି ଜଗତ କଲ୍ୟାଣ କାମନା କରୁଛି ଆଜି ଏ ଅଧମ କବି । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ ,ଜିଲ୍ଲା :-ପୁରୀ