ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା : ୨ ଏ ଡି ଏମ ଓ ଆସିଲେ ଖାଲି ମେଞ୍ଚାଏଁ ପ୍ରତିଶୃତି : ଫଳ ଶୂନ

 ତେନ୍ତୁଳିଖୁଣ୍ଟି ୨୪/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ପ୍ରକଳ୍ପ ଡାକ୍ତର ଖାନା ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ସୁ ନଜର ପଡିଲା ବୋଲି ଅଞ୍ଚଳ ର ଜନ ସାଧାରଣ 7 ତାରିଖରେ ଜିଲ୍ଲା ଚିକତ୍ସାଧିକାରୀ ଡାକ୍ତର କାଳୀ ପ୍ରସାଦ ବେହେରା ଙ୍କ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ଡେପୁଟେସନ ଆଦେଶ ଦେଖି। 08 ତାରିଖ ଦିନ ଦୁଇ ଜଣ ଡାକ୍ତର ଜଣେ ଏ ଏନ ଏମ ଜଣେ ଲାବୋରାଟୋରୀ ଟେକ୍ନିସିଆନ ଯୋଗ ଦେଲେ। ଉକ୍ତ ଦିନ ଏ ଡି ଏମ ଓ ନୀଳମଣି ଦିଲୀପ ଚାନ୍ଦ ବେହେରା ଡି ପି ଏମ ସୁଶାନ୍ତ ପ୍ରହରାଜ ମେଡିକାଲ ଆସି ସ୍ଥିତି ପରଖିଥିଲେ। ଆବଶ୍ୟକତା ର ତାଲିକା ନେଇଥିଲେ। ସ୍ଥାନୀୟ ଜନସାଧାରଣ ଙ୍କୁ ମେଡିକାଲ ସୁଧାର ପାଇଁ ପ୍ରୟାସ କରାଯିବ କିନ୍ତୁ ମେଡିକାଲ ସ୍ୱାସ୍ଥ୍ୟ ବିଭାଗ କୁ ଆସିବା ପରେ ସ୍ଥାୟୀ ସୁଧାର ହୋଇ ପାରିବ ବୋଲି କହିଥିଲେ। 07 ତାରିଖ ଡେପୁଟେସ ନ ଆଦେଶନାମା ପ୍ରକାରେ ଜଣେ ଡାକ୍ତର ଜଣେ ଷ୍ଟାଫ ନର୍ସ ଜଣେ ଆଟେଣ୍ଡଣ୍ଟଯୋଗ ଦେଇ ନାହାଁନ୍ତି। 12 ସେପ୍ଟେମ୍ବର ରେ ପୁଣି ଆଉଜଣେ ଏ ଡି ଏମ ଓ ଡାକ୍ତର ସୁକାନ୍ତ ଶତପଥୀ ମେଡିକାଲ ଆସିଲେ ମେଡିକାଲ କୁ ଡେପୁଟେସନ ରେ ଆସିଥିବା ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ ଓ ଡାକ୍ତର ପ୍ରସନ୍ନ ଜିତ ମହାନ୍ତି ଙ୍କ ସହ ମେଡିକାଲ ରେ 24 ଘଣ୍ଟା ରୋଗୀ ଙ୍କୁ ସେବା ଯୋଗାଇବା ପାଇଁ କଣ କଣ ଆବଶ୍ୟକ ତାର ତାଲିକା ସାଥିରେ ଆସିଥିବା ସିନିୟର ଆସିଷ୍ଟାଣ୍ଟ ଦିଲିପ ସାହୁ ଙ୍କ ଦ୍ଵାରା ଲେଖାଇ ନେଲେ। ତିନି ପର୍ଯ୍ୟାୟରେ ଆଠ ଘଣ୍ଟା ଲେଖାଏଁ ସେବା ଯୋଗାଇବାକୁ ସର୍ବନିମ୍ନ ତିନି ଜଣ ଡାକ୍ତର, ତିନି ଜଣ ଲେଖାଏଁ ଷ୍ଟାଫ ନର୍ସ ଓ ଏଏନ ଏମ ତଥା ଆଟେଣ୍ଡାଣ୍ଟ ର ଅଵଶ୍ୟକତା ରହିଛି। ମେଡିକାଲ ରେ କାର୍ଯ୍ୟ କରିବାକୁ ସର୍ବନିମ୍ନ ଆଵଶ୍ୟକତା ସାବୁନ ଫିନାଇଲ ଆଦି ପାଇଁ ଅର୍ଥ ର ଅଵଶ୍ୟକତା ରହିଥିବା ଡାକ୍ତର ଓ ଏ ଏନ ଏମ ଙ୍କ ଠାରୁ ବୁଝିବା ପରେ 24 ଘଣ୍ଟା ସେବା ପାଇଁ ଯାହାସବୁ ଆବଶ୍ୟକ ସବୁ ଯୋଗାଇଦେବେ ବୋଲି ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସମଳାଇ ପ୍ରସାଦ ପଣ୍ଡା ଙ୍କ ଉପସ୍ଥିତି ରେ ପ୍ରତିଶ୍ରୁତି ଦେଲେ। ଅନ୍ତତଃ ଜଣେ ଆୟୁଷ ଡାକ୍ତର ଓ ତିନି ଜଣ ଆଟେଣ୍ଡାଣ୍ଟ ଯୋଗାଇ ଥାନ୍ତେ। ସେତିକି ମଧ୍ୟ ବାର ଦିନ ପରେ ମଧ୍ୟ ହୋଇ ପାରିଲାନି। ଆଠ ତାରିଖରୁ ଇନ୍ଦ୍ରାବତୀ ମେଡିକାଲ ପ୍ରତି ଜନସାଧାରଣ ଙ୍କ ଭରସା ଆସି ଥିବାରୁ ମେଡିକାଲ କୁ ଦୈନିକ 1ଶହ ରୁ 150 ରୋଗୀ ଚିକତ୍ସା ପାଇଁ ଆସୁଛନ୍ତି। କେବଳ ଦୁଇଟି ସିଫ୍ଟ ହିଁ ରୋଗୀ ସେବା ପାଇ ପାରୁଛନ୍ତି।ରାତି ରେ ଡାକ୍ତର ନର୍ସ ଓ ଏ ଏନ ଏମ ଓ ଅଟେଣ୍ଡାଣ୍ଟ ଅଭାବରୁ ରୋଗୀ ଙ୍କୁ ତେନ୍ତୁଳିଖୁଣ୍ଟି ଯିବାକୁ କୁହାଯାଉଛି। ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଯେଉଁ ଡାକ୍ତରଖାନା 32 ଶଯ୍ୟା ବିଶିଷ୍ଟ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଏକ ସ୍ୱତନ୍ତ୍ର ପରିଚୟ ଥିଲା ଡାକ୍ତର ତଥା ଷ୍ଟାଫ ଅଭାବ ନଥିଲା ଆଜି ସେହି ଡାକ୍ତରଖାନା ନିଜର ପରିଚୟ ବଜାୟ ରଖିବାକୁ ସଂଘର୍ଷ କରୁୁଛି। ନା ପ୍ରକଳ୍ପ କର୍ତ୍ତୃପକ୍ଷ ନା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏହି ଡାକ୍ତରଖାନା ର ପୂର୍ବ ପ୍ରତିଷ୍ଠା କାଏମ କରି ଡାକ୍ତରଖାନା ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ଆଶା ଭରସା କୁ ଫେରାଇବା ଦିଗରେ ଉଦ୍ୟମ କରୁଛନ୍ତି। ଅତୀତରେ ଭଳି ତିନି ଡାକ୍ତର ଦେଇଥିଲେ ତିନି ଷ୍ଟାଫ ନର୍ସ ଦୁଇଟି ଫାର୍ମାସିଷ୍ଟ ଦେଇଥିଲେ କିନ୍ତୁ ଜଣେ ଫାର୍ମାସିଷ୍ଟ ଦୁଇ ଷ୍ଟାଫ ନର୍ସ ବ୍ୟତୀତ ସମସ୍ତେ ଚାଲିଗଲେ। କିନ୍ତୁ ଏହି ଡାକ୍ତରଖାନା ର ମୂଳ କର୍ମଚାରୀ ଦୁଇ ଜଣ ଫାର୍ମାସିଷ୍ଟ ତିନି ଜଣ ଷ୍ଟାଫ ନର୍ସ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଡାକ୍ତର ଖାନା କୁ ଡେପୁଟେସନ ରେ ଯାଇ ଫେରି ନାଂହାନ୍ତି। ଦଶ ରୁ ବାର ଦିନ ବିତିଗଲା ଅଥଚ ଦୁଇ ଦୁଇ ଜଣ ଏ ଡି ଏମ ଓ ଇନ୍ଦ୍ରାବତୀ ମେଡିକାଲ ର ସ୍ଥିତି ସୁଧାର ପାଇଁ ସର୍ବନିମ୍ନ ଆଵଶ୍ୟକତା ପୂରଣ ଦିଗରେ କିଛି ପଦକ୍ଷେପ ନେଇ ନଥିବାରୁ ଆଶଙ୍କା ରେ ଅଞ୍ଚଳବାସୀ। ଇତି ମଧ୍ୟରେ ବିଧାୟକ ସଦାଶିବ ପ୍ରଧାନୀ ମଧ୍ୟ ଡାକ୍ତରଖାନା ପରିଦର୍ଶନ କରି ଡାକ୍ତର ଙ୍କ ସହ ଆଲୋଚନା କରି ଫେରିଛନ୍ତି। ପାଣି ଓ ପରିମଳ ଓ ଅତ୍ୟାବଶ୍ୟକ ପାଣ୍ଠି ବିଷୟ ରେ ଆଲୋଚନା କରି ସମାଧାନ ର ପ୍ରତିଶୃତି ଦେଇଥିଲେ । ତା ବି ସମାଧନ ହୋଇନି। ଏଣୁ ପୁନରାବୃତ୍ତି ହେବନି ତ ପୂର୍ଵ ଡେପୁଟେସନ ଭଳି ପୂର୍ଵ ପ୍ରତିଶୃତି ଭଳି । ଯଦି ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ର ପୂର୍ବ ଗୌରବ ଫେରାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ନ କରେ ପାର୍ବଣ ପରେ ପି ସି ସି ସଭ୍ୟ ଦିଲୀପ ପ୍ରଧାନୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କହିଛନ୍ତି। ଭାରତୀୟ ଜନତା ପାର୍ଟି ର ଯୁବ ମୋର୍ଚ୍ଚା ଉପ ସଭାପତି ରିତେଶ ଭଞ୍ଜ ମଧ୍ୟ ଆନ୍ଦୋଳନ ହିଁ ଡାକ୍ତରଖାନା ସମସ୍ୟା ର ସମାଧାନ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

Leave a Comment

error: Content is protected !!