ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

ନୂଆପଡା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟ ଠାରେ ଆଇଜି ଅପରେସନ ଅମିତାଭ ଠାକୁର ସମେତ ଦକ୍ଷିଣ ପଶ୍ଚିମ ଆଞ୍ଚଳିକ ଡ଼ିଆଇଜି ରାଜେଶ ପଣ୍ଡିତ ଏବଂ ନୂଆପଡା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଲେ ବିକାଶ ମୂଳକ କାର୍ଯ୍ୟ କରାଯାଉଥିବା ବେଳେ ବିକାଶ ପାଇଁ ସୁରକ୍ଷା ର ଆଵଶ୍ୟକତା ରହିଅଛି। ପାଟଧରା ଠାରେ ଏକ କ୍ୟାମ୍ପ ସ୍ଥାପନ କରିଥିଲେ। ଏପ୍ରିଲ ୭ ତାତିଖ ରେ କ୍ୟାମ୍ପ କାର୍ଯ୍ୟକ୍ଷମ ହୋଇଥିଲା। ଏହି ସୁରକ୍ଷା କେମ୍ପ କୁ ମାଓବାଦୀ ବିରୋଧ କରିଥିଲେ।ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିବା ସୂଚନା ରହିଅଛି। ଘଟଣା ଦିନ ସିଆରପିଏଫ ଯବାନ ମାନେ କ୍ୟାମ୍ପକୁ ସ୍ଥାନାନ୍ତର ହେଉଥିଲେ। ଆଇଆରବି, ଏସଓଜି କ୍ୟାମ୍ପରେ ରହୁଥିଲେ। ଛତିଶଗଡ଼ ର ଦୁଇ ପଟୁ ଆସି ଆକ୍ରମଣ କରିଥିଲେ। ଏଭଳି ଅଘଟଣା ସିଫ୍ଟିଙ୍ଗ ବେଳେ ହୁଏ। ପାଗ ଠିକ ନଥିବା ବେଳେ ବର୍ଷା ହେଉଥିବା କାରଣରୁ ଅଘଟଣ ହୋଇଛି। ଛତିଶଗଡ଼ ପୋଲିସି ସିଆରପିଏଫ ଏବଂ ଓଡିଶା ପୋଲିସ ମିଳିତ ରୂପେ ଅପରେସନ କରି ସେମାନଙ୍କୁ ସେଠାରୁ ବାହାର କରିବୁ ବୋଲି ଠାକୁର କହିଛନ୍ତି।ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନି । ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ନୂଆପଡା

Related posts

ବଦଳିବେ ବିରୋଧୀ ଦଳ ନେତା ?

Sunil Chandra Nayak

କଲେଇଗାଁ ଆଞ୍ଚଳିକ ଯାଦବ ସମାଜର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

Sunil Chandra Nayak

Leave a Comment

error: Content is protected !!