ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦବେଗ

ରାଉରକେଲା/ସେକ୍ଟର ୩ ରେ ଥିବା ବାସନ୍ତୀ ପୂଜା ପଡିଆକୁ ସୁଚିନ୍ତିତ ଭାବେ ଧିରେ ଧିରେ ସଂକୁଚିତ କରାଯାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏନେଇ ସହର ପ୍ରଶାସନ ପାଖରେ ଅଭିଯୋଗ କରାଯାଉଥିଲେ ହେଁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ବାସନ୍ତୀ ପରିଷଦ ଦୀର୍ଘ ୫୦ବର୍ଷ ତଳେ ରେଜେଷ୍ଟ୍ରିଭୁକ୍ତ ହୋଇ ତା’ର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଶ୍ରୀ ଶ୍ରୀ ବାସନ୍ତୀ ଦୁର୍ଗାପୂଜା,ପାଲା ମହୋତ୍ସବ,ଭଜନ ସଂଧ୍ୟା,ନୃତ୍ୟ ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ କରିଆସୁଛି। ପଡିଆ ର ରକ୍ଷଣାବେକ୍ଷଣ ସହ ସହରସେବା ପ୍ରଶାସନକୁ ଜମି ଓ ବିଦ୍ୟୁତ୍ ଖର୍ଚ୍ଚ ବାବଦକୁ ଅର୍ଥ ଦିଆଯାଉଛି। ତେବେ ଏହି କିଛି ବର୍ଷ ମଧ୍ୟରେ ବଟବୃକ୍ଷ ସଂସ୍ଥା ପାଚେରୀ ନିର୍ମାଣ କରିଥିବା ବେଳେ ତାରିଣୀ ମନ୍ଦିର କରାଯାଇ ପଡିଆକୁ ସଂକୁଚିତ କରିସାରିଲେଣି। ପୁଣି କିଛି ଦୋକାନୀ ପଛକୁ ପଛ ବଢାଇ ମାଡି ଚାଲିଛନ୍ତି। ସେହିପରି ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ୧୮ଟି ଦୋକାନ କରି ଦୋକାନର ମୁହଁକୁ ପଡିଆ ପଟକୁ କରି ପଡିଆ ଆଡକୁ ମାଡିବା ପାଇଁ ଚେଷ୍ଟା କରୁଛନ୍ତି। ଗତ ତା ୬/୧/୨୦୧୮ରେ ସହରସେବା ପ୍ରଶାସନ ତରଫରୁ ବେଆଇନ୍ ଭାବେ ହୋଇଥିବା ୧୮ଟି ଦୋକାନ ସାମ୍ନାରେ ଏକ ପ୍ରାଚୀର ନିର୍ମାଣ କରାଯାଉଥିବା ବେଳେ ମନ୍ଦିର ଟ୍ରଷ୍ଟ ବୋର୍ଡ ର କିଛି ଗୁଣ୍ଡା ଶ୍ରେଣୀର ସମର୍ଥକ ଏହାର ବିରୋଧ କରିବାରୁ ଏହି ପ୍ରାଚୀର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ତେବେ ବର୍ତ୍ତମାନ ପୁଣି ଏହି ଦଳ ସକ୍ରିୟ ହୋଇ ଦୋକାନ ଖୋଲିବାକୁ ଉଦ୍ୟମ କରୁଥିବାରୁ ବାସନ୍ତୀ ପରିଷଦ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସଂପ୍ରତି ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ଉପରେ ଚାପ ପ୍ରୟୋଗ କରି ଦୋକାନ ଖୋଲିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ସ୍ଥାନୀୟ ବିଧାୟକଙ୍କୁ ନେଇ ଗତ ୧୦ତାରିଖ ଦିନ ଏହି ମର୍ମରେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ ଭେଟ କରିଥିଲେ। ତେବେ ଜନସାଧାରଣ ଓ ବାସନ୍ତୀ ପରିଷଦ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଯଦି ଏହି ବେଆଇନ ଦୋକାନ ଖୋଲାଯାଏ, ତେବେ ଏହି ପୁରାତନ ଅନୁଷ୍ଠାନର କାର୍ଯ୍ୟକ୍ରମ ପାଇଁ ସ୍ଥାନାଭାବ ହେବ ତଥା ଆମିଷ ଓ ମାଦକଦ୍ରବ୍ଯ ବ୍ୟବହାର ହୋଇ ଆଧ୍ୟାତ୍ମିକ ଭାବ ନଷ୍ଟ ହେବ। ତେଣୁ ଆରଏସପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସାହିତ୍ୟ ଅଗଣା

Sunil Chandra Nayak

ଆପଣଙ୍କ ପାଖରେ ପହଞ୍ଚିବ ଜୀ ସାର୍ଥକର ଏଲଇଡି ଭ୍ୟାନ – ଭିନ୍ନ ଢ଼ଙ୍ଗର ପ୍ରଚାର ଅଭିଯାନ 

Sunil Chandra Nayak

ଶ୍ରୀନିବାସ ପଣ୍ଡାଙ୍କ କବିତା ନୃସିଂହ ଚତୁର୍ଦ୍ଦଶୀ

Leave a Comment

error: Content is protected !!