ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା କଳା ମଣିମା 

   କଳା ମଣିମା 

ମାୟା ସଂସାରର ମାୟା ମୋହେ ପଡ଼ି ଏଇ ମୋହର ମନ
ଲୋଭ ଆସକ୍ତି ଏଣେ ତେଣେ ହୋଇ, ହୁଏ ନାହିଁ ସଞ୍ଜମ
  ଜାଣି ଜାଣେ ନାହିଁ, ବୁଝି ବୁଝେ ନାହିଁ
 ଭାବି ଭାବେ ନାହିଁ, ଗମି ଗମେ ନାହିଁ
    ଆହେ ସର୍ବବ୍ୟାପି, ଜଣାଏ ତଥାପି
        ହୋଇ ହୋଇ… ଆନମନା….
ଟିକେ ବୁଝ..ଟିକେ ଶୁଣ..ଟିକେ ଘେନ
ଆହେ ନୀଳାଦ୍ରି ମଣିମା…..
                    (୦)
ଶରଧା ଭକତି, ନାହିଁ ସିନା ପ୍ରଭୁ, ମୋହର ମନରେ ଲେଶ
ରହିଛି ତ ପ୍ରଭୁ , ମନରେ ମୋହର ,
ତୁମକୁ ଟିକେ ବିଶ୍ୱାସ,
              ବିଶ୍ୱାସ ତୁଟାଇ…..
              ଆହେ ବିଶ୍ଵ ସାଇଁ…..
          ବୁଲାଅନା କଳାକନା;
ଆହେ ଶ୍ରୀକ୍ଷେତ୍ର ମଣିମା..ଟିକେ ବୁଝ
                   (୧)
ତୁମର ଧ୍ୟାନରେ , ମୋର ମନେ ପ୍ରଭୁ 
ନ ହୁଅଇ ସିନା ନିଷ୍ଠା
ବିନା କର୍ମେ ପ୍ରଭୁ , କୃପା – ଫଳ ତୁମ
ପାଇବାକୁ କରେ ଚେଷ୍ଟା,
                  କି କହିବି କଥା…..
                  ମୋହର ଅବସ୍ଥା…..
           ଦୁଃଖ ଟପିଗଲା ସୀମା,
ଆହେ କାଳିଆ ମଣିମା…ଟିକେ ବୁଝ.
                     (୨)
ଅପରାଧୀ ମୁହିଁ ହୁଏ ଅବା ପ୍ରଭୁ, ହୋଇଥାଏ ପଛେ ପାପୀ
ତୁମେ କ୍ଷମା ଦାତା,ତୁମେ ପାପ ହାରୀ
ତୁମେ ପ୍ରଭୁ କାଳରୂପୀ,
                  କ୍ଷମା କରି ଦୋଷ…
                  କରି ପାପ ନାଶ…
           କର ଥରେ ହେଲେ କରୁଣା,
ଆହେ ଜଗତ ମଣିମା…ଟିକେ ବୁଝ…
                   (୩) 

ଭ୍ରମର ବାଗ

ସିନାପାଲି, ନୂଆପଡ଼ା

Related posts

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

Sunil Chandra Nayak

ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!