ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଳ ମଧ୍ୟରୁ ମାନସିକ ଅନଗ୍ରସର ଯୁବକ ଉଦ୍ଧାର : ଅଳ୍ପକେ ବଞ୍ଚିଗଲା ଜୀବନ

ମୟୂରଭଞ୍ଜ – ୭।୦୮ ୨୨ (ମସିହା) କଥାରେ ଅଛି ‘ରଖେ ହରିତ ମାରେ କିଏ’।ଆଜି ଏହିପରି ଏକ ଘଟଣାର ଜ୍ଵଳନ୍ତ ଉଦାହରଣ ବିଶୋଇ ଅଞ୍ଚଳରେ ଦେଖିବାକୁ ମିଳୁଛି।ଏକ ଭାସମାନ ଅବସ୍ଥାରେ ଥିବା ଜଣେ ଅଜଣା ମାନସିକ ଅନଗ୍ରସର ଯୁବକକୁ ନାଳ ମଧ୍ୟରୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବା ଫଳରେ ଅଳ୍ପକେ ଯୁବକଟି ତାର ଜୀବନ ଫେରି ପାଇଛି।ସୂଚନାଥାଉକି,ଆଜି ଦିବା ପ୍ରାୟ ୨ ଘଟିକା ସମୟରେ ୪୯ ନଂ ଜାତୀୟ ରାଜପଥ ସ୍ଥିତ ବାଇପାସ ଛକ ଠାରୁ କିଛି ଦୁରତାରେ ଥିବା ଏକ ନାଳ ମଧ୍ୟରେ ଅଧା ବୁଡି ରହିବା ଅବସ୍ଥାରେ ଏକ ବ୍ୟକ୍ତିକୁ ଦେଖି ସ୍ଥାନୀୟ ଲୋକେ ବିଶୋଇ ଦମକଳ ବାହିନୀକୁ ଖବର ଦେଇଥିଲେ।ପରେ ଅଗ୍ନିଶମ ଡ୍ରାଇଭର ହାବିଲଦାର ସଂଗ୍ରାମ ମୁର୍ମୁଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ସୁରେଶ ସେଠି,ନବକିଶୋର ସାହୁ,ଦୀନବନ୍ଧୁ ମୁଣ୍ଡା,ହିମାଂଶୁ ରାଉତରାୟ ପ୍ରମୁଖ ଅଗ୍ନିଶମ ଟିମ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ବ୍ୟକ୍ତିକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ସଙ୍ଗେସଙ୍ଗେ ବିଶୋଇ ମେଡ଼ିକାଲକୁ ଆଣିଥିଲେ।ଦୀର୍ଘ ସମୟ ଧରି ଉକ୍ତ ଯୁବକ ଜଣଙ୍କ ଜଳ ମଧ୍ୟରେ ବୁଡି ରହିଥିବା କାରଣରୁ ଉକ୍ତ ଯୁବକ ଜଣଙ୍କ ଅଚେତ ହୋଇଯିବା ସହିତ ଶରୀର କୋଲାପ୍ସ ହୋଇଯାଇଥିଲା।ଗୁରୁତର ଅବସ୍ଥାରେ ମେଡିକାଲ ପହଞ୍ଚିବା ପରେ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ତତ୍ତ୍ୱାବଧାନରେ ମେଡ଼ିକାଲ କର୍ମଚାରୀ ଉକ୍ତ ବ୍ୟକ୍ତିର ତୁରନ୍ତ ଚିକିତ୍ସା ଆରମ୍ଭ କରିବା ପରେ ଯୁବକ ଜଣଙ୍କ   ଗୋଡ଼ ହାତ ଚଳପ୍ରଚଳ କରିବା ଆରମ୍ଭ କରିଥିଲା।ଉକ୍ତ ବ୍ୟକ୍ତି ଜଣଙ୍କର ସଠିକ ପରିଚୟ ମିଳି ପାରିନଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ମାନସିକ ଅନଗ୍ରସର ବୋଲି ଜଣା ପଡ଼ିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

Sunil Chandra Nayak

ବେଆଇନ ବାଲିବୋଝେଇ ଗାଡି କୁ ଜରିମନା

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!