ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଡୁମି ସଂପ୍ରଦାୟ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସେନା ପକ୍ଷରୁ ରାଇରଙ୍ଗପୁରରେ ପ୍ରତିବାଦ

ମୟୂରଭଞ୍ଜ-୨୪/୦୯/୨୨ (ମସିହା) କୁଡୁମି ସଂପ୍ରଦାୟକୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଥିଲା ।ଏହାକୁ ନେଇ ଚଳିତ ସେପ୍ଟେମ୍ବର ମାସ ୨୦ ତାରିଖ ଦିନ କୁଡୁମି ସେନା ତରଫରୁ ପୁନଃ ଆଦିବାସୀ ମାନ୍ୟତା ନେଇ ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ରେଳଛେଙ୍କା ଅଭିଯାନ ହୋଇଥିଲା । ପୂର୍ବରୁ ମଧ୍ଯ‌ ଦିର୍ଘ ବର୍ଷ ହେଲା ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆନ୍ଦୋଳନ,ଧର୍ମଘଟ,ପ୍ରତିବାଦ କରିଥିଲେ ।ଏହି ଘଟଣାକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ କୁଡୁମି ସମାଜର ନେତାମାନେ ସେମାନଙ୍କ ଲୋକମାନଙ୍କୁ ଭୂଇଁ ତୁଲାଉଛନ୍ତି ଅଯଥାରେ ପଲ୍ଲୀରୁ ଦିଲ୍ଲୀ ଲୋକମାନଙ୍କୁ ନେଉଛନ୍ତି ବୋଲି କହିବାରୁ ଗୁରୁବାର ଠାରୁ କୁଡୁମି ସେନାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି । ଆଜି ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକରେ କୁଡୁମି ସେନାର ବିଭିନ୍ନ ସଂଗଠନର ଲୋକେ ଏକ ବିଶାଳ‌ ଶୋଭାଯାତ୍ରାରେ‌ ଆସି ଏକାଠି ହୋଇ ପ୍ରତିବାଦ ଜଣାଇବା ସହ କେନ୍ଦ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ଇଂ ବିଶେଶ୍ୱର ଟୁଡୁ ସେମାନଙ୍କ ଗଣ ଆନ୍ଦୋଳନକୁ ତାତ୍ସଲ୍ୟ କରିବା ଉଚିତ ନୁହେଁ । ସେମାନେ ଦୟାର ପାତ୍ର ନୁହନ୍ତି । ସେମାନଙ୍କ ର ଅଧିକାରକୁ ପୁନଃ ମାନ୍ୟତା ପ୍ରଦାନ କେବଳ ଏକମାତ୍ର ଦାବି ।ଯେତେ ବାଧାବିଘ୍ନ ଆସିଲେ ମଧ୍ୟ କୁଡୁମି ସେନା ନିଜର ହକ ପାଇଁ ଲଢିବ ପଛଘୁଞ୍ଚା ଦେବନାହିଁ ବୋଲି ନେତୃବୃନ୍ଦ କହିଥିଲେ । ଏହି ପ୍ରତିବାଦ ସଭାରେ କୁଡୁମି ସେନାର ଭଜହରି ମହାନ୍ତ,କ୍ଷୀରୋଦ ମହାନ୍ତ,ସାଧୁ ମହାନ୍ତ,ବରୁଣ ମହାନ୍ତ, ସୁଜାତା ମହାନ୍ତ, ସୌଭାଗ୍ୟ ,ନିରୁପମା ,ପ୍ରେମଲତା ,ଗୌରୀ , ସୁକୁମାରୀ,ଭଵାନୀ,କମଳିନୀ ପ୍ରମୁଖ ବହୁ ପୁରୁଷ, ମହିଳା,ଯୁବ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ସାଧନା ପଣ୍ଡା ଙ୍କ କବିତା ଏଇ ଶ୍ରାବଣ ରାତେ

Sunil Chandra Nayak

କେସିଙ୍ଗା ଟ୍ରାଫିକ ସମସ୍ୟା ସମାଧାନ ପାଇଁ ବୈଠକ

Sunil Chandra Nayak

ପୋଡ଼ାଗଡ଼ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଆଜି ସ୍ୱତନ୍ତ୍ର କରାଗଲା ସର୍ଭେ

Sunil Chandra Nayak

Leave a Comment

error: Content is protected !!