ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

ଲାଞ୍ଜିଗଡ,୨୪/୦୯(ମନିସ)-ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁର୍ଗମ ଗାଁ ଗୁଡିକୁ ଫୋକସ କରିବା ସହିତ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ନେଇ ଆରମ୍ଭ ହୋଇଥିଲା ଗାଁକୁ ଚାଲ ଅଭିଯାନ । କୋଭିଡ କଟକଣା ଓ ନିର୍ବାଚନର ଘନଘଟା ଯୋଗୁଁ ଏହା କିଛି କାଳ ବନ୍ଦ ଥିବାବେଳେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଏହା ପୁଣି ଆରମ୍ଭ କରିଛି । ଦ୍ୱିତୀୟ ପର୍ଯ୍ୟାୟ ଗାଁକୁ ଚାଲ ଅଭିଯାନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଆଜି ବ୍ଲକ ପ୍ରଶାସନ ତରଫରୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜେପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ନୋଡାଲ ଅଫିସର ତାପସ କୁମାର ସାହୁଙ୍କ ନେତୃତ୍ୱରେ ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ସୁମିତ ମହାପାତ୍ର, ବ୍ଲକ ଯୋଗାଣ ଅଧିକାରୀ ହରିହର ସାହୁ, ବ୍ଲକ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଜିତୁ ପୋଢ, କନିଷ୍ଠଯନ୍ତ୍ରୀ ବିଦ୍ୟାଧର ଟୁଡୁ, ଗ୍ରାମରୋଜଗାର ସେବକ ଅରବିନ୍ଦ ମହାନ୍ତି ପ୍ରମୁଖ ବ୍ଲକ ପ୍ରଶାସନ ତରଫରୁ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଓ ବିଜେପୁର ସରପଞ୍ଚ ଜନନୀ ମାଝୀ ଜନପ୍ରତିନିଧି ଭାବେ ଏହି ଟିମ୍‌ରେ ସାମିଲ ଥିଲେ । ଆଜି ସକାଳୁ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଟିମ୍ ପିଡିଶାଲ ଗସ୍ତ କରିବା ସହିତ ସେଠାକାର ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ସେଗୁଡିକର ନିରାକରଣ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି ଦିଗରେ ସହମତ ହୋଇଥିଲେ ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

 

Related posts

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

Sunil Chandra Nayak

ମଧୁମିତା ମିଶ୍ର ଙ୍କ ସୋନେଟ ଚଳନ୍ତା ଦିଅଁ

Sunil Chandra Nayak

ମହୁରି ପରିବାରର ଶାରଦୀୟ ମହାମିଳନ

Sunil Chandra Nayak

Leave a Comment

error: Content is protected !!