ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନ୍ନକ୍ଷମ ଶିବିର ରେ ଯୁବକ କୁ ହୋମଗାର୍ଡ ଙ୍କ ଚାପୁଡା ମାଡ

ଉଭୟ ପକ୍ଷ ରୁ ଥାନା ରେ ଏତଲା

ଚନ୍ଦାହାଣ୍ଡି ୨୪/୯ (ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଭିନ୍ନକ୍ଷମ ଶିବିର ରେ ନିଜର ଅଭିଯୋଗ ଦେବା ପାଇ ଆସିଥିବା ତେନ୍ତୁଲିପଡା ଗ୍ରାମ ର ଯୁବକ କୈଲାସ ନାୟକ(୨୯) ଙ୍କୁ ଚନ୍ଦାହାଣ୍ଡି ଥାନା ର ହୋମଗାର୍ଡ ହ୍ରୁଦାନନ୍ଦ ବାଘ ଅସଭ୍ୟ ଭାଷା ରେ ଗାଲିଗୁଲଜ କରିବା ସହ ଯୁବକ କୁ ସର୍ବ ସମ୍ମୁଖ ରେ ଚାପୁଡା ମାରିବା ସହ ଜୀବନ ରେ ମାରିଦେବା ର ଧମକ ଦେଇ ଥିବା ନେଇ ପୀଡିତ ଯୁବକ ଜଣକ ଚନ୍ଦାହାଣ୍ଡି ଥାନା ରେ ହୋମଗାର୍ଡ ଙ୍କ ନାମ ରେ ଏତଲା ଦେଇ ଥିବା ବେଳେ , ହୋମଗାର୍ଡ ହ୍ରୁଦାନନ୍ଦ ପୀଡିତ ଯୁବକ ନାମ ରେ ଡ୍ୟୁଟି ରେ ବ୍ୟାଘାତ ଦେବା ସହ ଗାଲିଗୁଲଜ କରିଥିବା ଏବଂ ଜୀବନ ରେ ମାରି ଦେବା ଧମକ ଦେଇ ଥିବା ଥାନା ରେ ପାଳଟା ଅଭିଯେ୍ାଗ ଦେଇ ଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଉଭୟ ଙ୍କ ଏତଲା କୁ ଭିତି କରି ଚନ୍ଦାହାଣ୍ଡି ଥାନା କେଶ ନଂ ୧୧୧/ ୨୨, ଏବଂ ୧୧୨/୨୨ ରେ ଦୁଇଟି ପୃଥକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ୍ ଆଇ ସମୀର ପ୍ରଧାନ ଙ୍କୁ ଦିଆଯାଇ ଥିବା ସେ ସୂଚନା ଦେଇଛନ୍ତି । ଏ ଦିଗରେ ପ୍ରଶାସନ ଏକ ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି ।ପୋଲିସ ସୁତ୍ର ଅନୁସାରେ ତେନ୍ତୁଲିପଡା ଗ୍ରାମ ର ଯୁବକ କୈଲାସ ନାୟକ ନିଜର ଆଖି ଭଲ ଦେଖା ନଯିବା ସହ ଭଲ କି କାନ କୁ ଶୁଭୁ ନଥିବା ରୁ ଗତ ୨୨ ତାରିଖ ଦିନ ଚନ୍ଦାହାଣ୍ଡି ପାନାବେଡା ଡିଗ୍ରୀ କଲେଜ ରେ ଅନୁଷ୍ଠିତ ହୋଇଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ଗ୍ରାମ ର ୱାର୍ଡ ସଭ୍ୟ ଫଗୁନୁ ମାଝି ନେଇକି ଆଶିଥିଲେ । କୈଲାସ ଶିବିର ରେ ଡାକ୍ତର ଦେଖାଇ ସାରି ଶିବିର ପାଖ ରେ ଜଣେ ସାଙ୍ଗ ଙ୍କ ସହ କଥା ହେଉ ଥିବା ସମୟ ରେ ହୋମଗାର୍ଡ ହ୍ରୁଦାନନ୍ଦ ବାଘ କୈଲାସ କୁ ଅସଭ୍ୟ ଭାଷା ରେ ଗାଲିଗୁଲଜ କରିବା ସହ ଦୁଇ ଗାଳ ରେ ଚାପୁଡା ମାରି ଥିବା ନେଇ କୈଲାସ ଚନ୍ଦାହାଣ୍ଡି ଥାନା ରେ ଏକଲିଖିତ ଅଭିଯୋଗ କରି ଥିବା ବେଳେ ହୋମଗାର୍ଡ ହ୍ରୁଦାନନ୍ଦ ,କୈଲାସ ଡ୍ୟୁଟି ରେ ବ୍ୟାଘାତ ଘଟାଇବା ସହ ଅସଭ୍ୟ ଭାଷା ରେ ଗାଲିଗୁଲଜ ଦେଇ ଥିବା ଅଭିଯୋଗ କରିଛନ୍ତି । ଉଭୟ ପକ୍ଷର ମାମଲା ରୁଜ୍ଜୁ ହୋଇ ଥିବା ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କୁ ପୋଲିସ ସୁରକ୍ଷା ଦେବାର ପ୍ରଥମ କର୍ତବ୍ୟ ଥିବା ବେଳେ ପୋଲିସ ନିଜ ଅସୁବିଧା ପାଇଁ ଆସି ଥିବା ଜଣେ ସାଧାରଣ ଲୋକଙ୍କୁ ମାଡ ମାରିବା କେତେ ଦୂର ଠିକ ବୋଲି ଏଠାରେ ବୁଦ୍ଦିଜିବୀ ମହଲ ରେ ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ କରି ଉଚିତ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ -୨୦୨୨ କୋଭିଡ -୧୯ ନିୟମ ଅନୁପାଳନ କରି ନିରାଡ଼ମ୍ବର ଭାବେ ପାଳିତ 

Sunil Chandra Nayak

ତାଏକ୍ୱାଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

Sunil Chandra Nayak

ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!