ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆୟୁଷମାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ଵର,୨୫/୯/୨୨- ରକ୍ତଦାନ ଏକ ମହତ ଦାନ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବା ଲକ୍ଷ୍ୟ ହେବା ଉଚିତ । ଏହି ପରିପ୍ରେକ୍ଷୀରେ ଆୟୁଷମାନ ଫାଉଣ୍ଡେସନ ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କୋଚିଆକୋଇଲି ଠାରେ ଥିବା କୋଚିଆକୋଇଲି କଲ୍ଯାଣ ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ଶଶୀ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ପରିକ୍ରମା କରିବା ସହିତ ରକ୍ତଦାତା ମାନଙ୍କୁ ଭେଟି ପଚାରି ବୁଝିଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ରକ୍ତଦାତା ମାନେ ଶାନ୍ତି ଶୃଙ୍ଖଳାର ସହିତ ରକ୍ତଦାନ କରି ପୂଣ୍ୟ ଅର୍ଜନ କରିଥିଲେ । ଏଥିସହିତ ସଂପୃକ୍ତ ଅଞ୍ଚଳର ଜନସାଧାରଣ ନିଜ ନିଜର ବିଭିନ୍ନ ପ୍ରକାର ରୋଗ ପାଇଁ ଆସିଥିବା ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ କିଣିବା ପାଇଁ ସକ୍ଷମ ହୋଇଥିଲେ । ମୁଖ୍ୟ ଅତିଥି ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଭଦ୍ରକରୁ ଆସିଥିବା ଡାକ୍ତରୀ ଟିମ୍ ଦ୍ବାରା ମୋଟ ୧୧୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାର ସଂଗୃହିତ ଖବରରୁ ଜଣାପଡିଛି । ଆୟୁଷମାନ ଫାଉଣ୍ଡେସନର କର୍ମକର୍ତ୍ତା ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

ଏମ୍ ଗୁମଣ୍ଡଳୀ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ

Sunil Chandra Nayak

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା କମିଟି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!