ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆୟୁଷମାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାଲେଶ୍ଵର,୨୫/୯/୨୨- ରକ୍ତଦାନ ଏକ ମହତ ଦାନ । ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବା ଲକ୍ଷ୍ୟ ହେବା ଉଚିତ । ଏହି ପରିପ୍ରେକ୍ଷୀରେ ଆୟୁଷମାନ ଫାଉଣ୍ଡେସନ ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କୋଚିଆକୋଇଲି ଠାରେ ଥିବା କୋଚିଆକୋଇଲି କଲ୍ଯାଣ ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ଶଶୀ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ପରିକ୍ରମା କରିବା ସହିତ ରକ୍ତଦାତା ମାନଙ୍କୁ ଭେଟି ପଚାରି ବୁଝିଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ରକ୍ତଦାତା ମାନେ ଶାନ୍ତି ଶୃଙ୍ଖଳାର ସହିତ ରକ୍ତଦାନ କରି ପୂଣ୍ୟ ଅର୍ଜନ କରିଥିଲେ । ଏଥିସହିତ ସଂପୃକ୍ତ ଅଞ୍ଚଳର ଜନସାଧାରଣ ନିଜ ନିଜର ବିଭିନ୍ନ ପ୍ରକାର ରୋଗ ପାଇଁ ଆସିଥିବା ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ କିଣିବା ପାଇଁ ସକ୍ଷମ ହୋଇଥିଲେ । ମୁଖ୍ୟ ଅତିଥି ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଭଦ୍ରକରୁ ଆସିଥିବା ଡାକ୍ତରୀ ଟିମ୍ ଦ୍ବାରା ମୋଟ ୧୧୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାର ସଂଗୃହିତ ଖବରରୁ ଜଣାପଡିଛି । ଆୟୁଷମାନ ଫାଉଣ୍ଡେସନର କର୍ମକର୍ତ୍ତା ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ଜିଲ୍ଲା ସ୍ୱାସ୍ଥ୍ୟ ମିଶନ , ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଓ ରୋଗୀ କଲ୍ୟାଣ ସମିତି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିଚାଳନା ସମିତି ବୈଠକ ୨୦୨୨ ଅନୁଷ୍ଠିତ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!