ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାନସିକ ବିକୃତ ରୋଗୀଙ୍କ ସ୍ୱାସ୍ଥ୍ୟ ଶିବିରରେ ୪୩ ରୋଗୀଙ୍କୁ ମାଗଣାରେ ଚିକିତ୍ସା 

ଝରିଗାଁ /ନବରଙ୍ଗପୁର ଜିଲ୍ଲା ଝରିଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମାନସିକ ବିକୃତ ରୋଗୀ ମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଅଛି l ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିରରେ ବ୍ରହ୍ମପୁର ଏମକେସିଜିରୁ ମାନସିକ ବିକୃତ ରୋଗୀ ବିଶେଷଜ୍ଞ ଶର୍ମିଷ୍ଠା ଷଡଙ୍ଗୀ ଉପସ୍ଥିତ ରହି ୪୩ଜଣ ମାନସିକ ବିକୃତ ରୋଗୀଙ୍କୁ ମାଗଣା ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରାଯାଇଥିଲା।ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକ ଗରିବ ଶ୍ରେଣୀର ମାନସିକ ବିକୃତ ରୋଗୀ ମାନେ କିପରି ଅତି ନିକଟରେ ଓ ମାଗଣା ଚିକିତ୍ସା ସହ ଔଷଧ ପାଇବେ ଏହି ଶିବିରର ଲକ୍ଷ୍ୟ ବୋଲି କହିଥିଲେ।ସେହିପରି ନବରଙ୍ଗପୁର ଜିଲ୍ଲା ଏଡ଼ିଏମଓ ଡାକ୍ତର ମଳୟ ତ୍ରିପାଠୀ ଶିବିରରେ ଉପସ୍ଥିତ ରହି ତଦାରଖ କରିଥିଲେ। ଏହି ଶିବିରକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁମିତ୍ରା ସାହୁ, ଡାକ୍ତର ସନ୍ତୋଷ ପ୍ରଧାନ, ଡାକ୍ତର ଜିତେନ୍ଦ୍ର ନାୟକ,ଗୋପାଳ କୃଷ୍ନ ପାଢ଼ୀ,ପ୍ରାୟଙ୍କା ସିଲ,କେ ଅନୁଶା, ବନାନୀ ବେହେରା,ପ୍ରଦୀପ୍ତ କୁମାର ମିଶ୍ର, ରୋଜାଲିନ ଦାସ, ସସ୍ମିତା ପରିଡା,ସୁଶାନ୍ତ କୁମାର ପାହାଡ଼ି,ପୂର୍ଣ ଚନ୍ଦ୍ର ପ୍ରହରାଜ,ପରନାଥ ମାଝୀ, ଗୀତା ସାହୁ ପ୍ରମୁଖ ସହ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ୨୦୫ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ତୁଳସୀପଦର ଝାଡ଼ାବାନ୍ତି ବ୍ୟାପିବା ଘଟଣା , ନବରଙ୍ଗପୁର ମେଡିକାଲ ଟିମ ପହଂଚି ଅନୁଧ୍ୟାନ

Sunil Chandra Nayak

Leave a Comment

error: Content is protected !!