ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ଏଡ଼ସ ଦିବସ ପାଳିତ

ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ଼ସ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଏକ ସଚେତନ ଶୋଭାଯାତ୍ରା ସହ ସହର ପରିକ୍ରମା କରିଥିଲେ । ବିଭିନ୍ନ ବର୍ଗର ଲୋକ ଙ୍କୁ ସଚେତନ ବାର୍ତା ଦେବା ସହିତ ସ୍ଥାନୀୟସଭାଗୃହ ରେ ଏକ ସଚେତନ ସଭା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମାଣିକ୍ୟ ଚନ୍ଦ୍ର ନାଏକ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ,ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ଡାକ୍ତର ନୀତିଶ କୁମାର ଝା, ଡ଼ାକ୍ତର ଦଳେଇ, ଅନୁଷ୍ଠାନ ର ଯୁବ ରେଡ୍କ୍ରସ ଅଧିକାରୀ ସରୋଜ ପତ୍ତଯୋଶୀ, ଶେଖ ଅକ୍ତର, ଉଦ୍ଧବ ବାରିକ, ପ୍ରମୁଖ ମଞ୍ଚ।ସିନ ଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ବାବୂ ବାହାନ ବୁଦ୍ଧିଆ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ରାଜେଶ କୁମାର ମୁଣ୍ଡ ଙ୍କ କବିତା ଅନାମିକା

Leave a Comment

error: Content is protected !!