ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବିପଦରେ ଗୋ ସମ୍ପଦ,ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ ଅନେକ ଗୁରୁତର

କାମାକ୍ଷାନଗର (ମ ନି ସ)5/1/23// ଅଜଣା ରୋଗରେ ଶତାଧିକ ଗାଈ ଗୋରୁ ଆକ୍ରାନ୍ତ ହୋଇଥିବା ବେଳେ ଏକାଧିକ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ପ୍ରଥମେ ଗୋରୁଙ୍କ ଦେହରେ ବଥ ହେବା ସହ ବଥ ଫାଟି ଘା ହୋଇଯାଉଛି। ଏବଂ ଘାରେ ରକ୍ତ ପୁଜ ବାହାରିବା ସହ ପୋକ ହୋଇଯାଇଛି। ଗୋଡ ଫୁଲିବା ସହ ପାଟିରୁ ନାଳ ବାହାରି ମୃତ୍ୟୁ ବରଣ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନଳ ଜିଲ୍ଲା କଙ୍କଡାହାଡ ବ୍ଲକ ରାଇବୋଲ ପଞ୍ଛାୟତ କୋରିଆପାଳ ଗ୍ରାମରେ। ଗ୍ରାମରେ ଶତାଧିକ ଗୋରୁଙ୍କ ଦେହରେ ପ୍ରଥମେ ବଥ ଭଳି ହୋଇ ବଥଟି ଫାଟି ଯାଉଛି। ଏବଂ ସେଥିରୁ ରକ୍ତ ପୁଜ ବାହାରି ପୋକ ହେଇଯାଉଛି । ଏହା ପରେ ଗୋରୁ ଖାଇବା ପିଇବା କରିପାରେନାହିଁ। ଫଳରେ ପାଟିରୁ ଲାଳ ବାହାରିବା ସହ କିଛିଦିନ ଭିତରେ ମୃତ୍ୟୁ ହୋଇଯାଉଛି। ବିଶେଷ କରି ଗୋରୁର ପେଟ, ମୁହଁ ଓ ଗୋଡରେ ବଥ ହେଉଛି। ତେଣୁ ଅତଙ୍କିତ ଭାବେ ଅଛନ୍ତି ଗ୍ରାମବାସୀ। ବର୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ଅମଳପାଇଁ ବ୍ୟସ୍ତ ଥିବାବେଳେ ଅଧିକାଂଶ ବଳଦ ସାହାର୍ଯ୍ୟରେ ଅମଳ କରିଥାନ୍ତି। କିନ୍ତୁ ଅଜଣା ରୋଗ ଯୋଗୁଁ ନା ବଳଦ କାମ କରିପାରୁ ନାହାନ୍ତି। ଫଳରେ ଅମଳରେ ବାଧାସୃଷ୍ଟି ହେଉଛି।

ପଶୁ ଚିକିତ୍ସାଧିକାରି କେବଳ ଗାଁରେ ପହଞ୍ଚି କେବଳ ଗୋଟିଏ ଗୋଟିଏ ଟିକା ଦେଇ କାମ ସାରିଦେଇଛନ୍ତି। କିନ୍ତୁ ସେ ଟିକାରେ କୌଣସି ଗୋରୁ ଭଲ ହେଉନାହାଁନ୍ତି। ଏନେଇ ଆମେ ଉପଖଣ୍ଡ ପ୍ରାଣୀ ଚିକିତ୍ସକଙ୍କ ସହ କଥା ହେଇଥିଲୁ କିନ୍ତୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏବଂ ଆମସହ ଆଲୋଚନା କରିଥିଲେ ଏ ହେଉଛି ସ୍କିନ ଡିଜିଜ ବା ଚର୍ମ ବେଣ୍ଡି ରୋଗ। ଏହା କେବଳ କାମାକ୍ଷାନଗର ଉପଖଣ୍ଡରେ ନୁହେଁ ବରଂ ସାରା ରାଜ୍ୟରେ ଏଭଳି ରୋଗ ଦେଖା ଦେଇଛି। ଏଥିପାଇଁ କୌଣସି ଔଷଧ ବାହାରିନାହିଁ, କେବଳ ଆମେ ଗୋଟିଏ ଗୋଟିଏ ଟିକା ଦାଆ ଯାଇଛି। ଏବଂ ବାକି ଚାଷିମାନେ ନିଜେ ଏହି ଘା ଉପରେ ଯତ୍ନ ନେବେ। କିନ୍ତୁ ବର୍ତମାନ ଧାନ ଅମଳ ସମୟ ଯୋଗୁ ଚାଷିମାନେ ଗୋରୁର ଯତ୍ନ ନେଇପାରୁ ନାହାଁନ୍ତି। ଫଳରେ ରୋଗ ଚାରିଆଡେ ବ୍ୟାପିବାରେ ଲାଗିଛି। ତେଣୁ ତୁରନ୍ତ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

ଗୋରୁ ମାନଙ୍କ ଠାରେ ହୋଇଥିବା ଅଜଣା ରୋଗର ତୁରନ୍ତ ପଦକ୍ଷେପ ନନେଲେ ବିପଦରେ ପଡିଯିବ ଗୋ ସମ୍ପଦ। ତେଣୁ ସରକାର ତୁରନ୍ତ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ଗୋ ସମ୍ପଦ ରକ୍ଷାକରିବା ପାଇଁ ଦାବିହେଉଛି। ତେବେ ସରକାରଙ୍କ କଅଣ ପଦକ୍ଷେପ ନେଉଛନ୍ତି ଓ କିପରି ଗୋରୁକୁ ସୁରକ୍ଷା ଦେଉଛନ୍ତି ତାହ ଉପରେ ଏବେ ସମସ୍ତଙ୍କ ନଜର

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

Sunil Chandra Nayak

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଏଥର ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ

Sunil Chandra Nayak

Leave a Comment

error: Content is protected !!