ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ          

 ନବରଙ୍ଗପୁର–ଅଦ୍ୟ ତା: ୨୫.୦୯.୨୦୨୨ ରିଖ, ରବିବାର ଉତ୍କଳ ସମ୍ମିଳନୀ ଓଡ଼ିଶାର ନବରଙ୍ଗପୁର ଶାଖା ଗଠନ ପାଇଁ ଏକ ବୈଠକ ତୃପ୍ତି ଲର୍ଜ ର ସମ୍ମୀଳନୀ କକ୍ଷ , ନବରଙ୍ଗପୁର ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ, ସଗଂଠନର ଆଭିମୁଖ୍ୟ ଏବଂ କାର୍ଯ୍ୟକାରୀତା ଉପରେ ଶ୍ରୀ ବୁଲୁ ହୋତା ଆବାହକ ଭାବେ ଯୋଗ ଦେଇ ଆଲୋକ ପାତ କରିଥିଲେ। ଏହି ବୈଠକରେ ଅନୁଷ୍ଠାନାର ଆଭିମୁଖ୍ୟ କୁ ତ୍ରୁଣମୂଳ ସ୍ତରରୁ ଭାଷା ଏବଂ ଅଂଚଳ ର ସୁରକ୍ଷା କୁ ନେଇ ପ୍ରଚାର ଓ ପ୍ରସାର କରିବା ପାଇଁ ବିଭିନ୍ନ ସଂଗଠନ ଦାୟିତ୍ଵ ରେ ରହିବା ପାଇଁ ପରିଚାଳନା କମିଟି ପ୍ରସ୍ତାବ ସହ ମଂଜୁରୀ ଦିଆଯାଇଥିଲା। ଏହି କ୍ରମରେ ସଂଗଠନ ର ସଭାପତି ଭାବେ,ସର୍ବସମ୍ମତି କ୍ରମେ , ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ .ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଉପସଭାପତି ଭାବେ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ,ସଂଗଠନ ସମ୍ପାଦକ ଭାବେ ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ସହ ସମ୍ପାଦିକା ଭାବେ ଡ଼ଃ.ସ‌ଂଯୁକ୍ତା ପଣ୍ଡା କୋଷାଧ୍ଯକ୍ଷ ଭାବେ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ର ଙ୍କୁ ଏବଂ ସାଧାରଣ ପରିଷଦ ସଦସ୍ଯ ପାଇଁ ଶ୍ରୀଯୁକ୍ତ ପି. ରବିକାନ୍ତ ରଘୁରାମଙ୍କୁ ମନୋନୀତ କରାଯାଇଥିଲା।ଆସନ୍ତା ଅକ୍ଟୋବର ମାସ ୧୬ ତାରିଖ, ରବିବାର ଦିନ ସାଧାରଣ ପରିଷଦ ବୈଠକ ସହ ଶାଖାର ପୁର୍ଣ୍ଣାଙ୍ଗ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ନବରଙ୍ଗପିର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସୌଜନ୍ୟ ରେ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

କୋକସରା ବ୍ଲକରେ ବଢୁଛି ପିଆଜ ଉତ୍ପାଦନ, ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଷି ଅଭାବି ବିକ୍ରୀର ଶୀକାର

Sunil Chandra Nayak

ଉତ୍କେଲା ରେ ଏସ୍ସି, ଏସଟି , ଓବିଶି, ମହାସଂଘ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!