ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ମୟୂରଭଞ୍ଜ -୨୫/୦୯/୨୨(ମସିହା)  ୨୦୨୪ ପାଇଁ ବିଜେପି ପ୍ରସ୍ତୁତ ଆରମ୍ଭ କରିଦେଲାଣି । ଏଥିପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଲେଣି । ରବିବାର ଦିନ ମହାନ ଜନ ନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ସ୍ଥାନୀୟ ପିସିଏମ ଭବନ ପରିସରରେ ପଶ୍ଚିମ ମୟୂରଭଞ୍ଜ ବିଜେପି ମହିଳା ମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାନ୍ତ(ସୋନାଲି)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ମହିଳା ଉପସଭାନେତ୍ରୀ ସୁଷମା ବିଶ୍ବାଳ,,ମହିଳା ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ କୌଶଲ୍ୟା ନାୟକ, ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ମୋଦିଜୀଙ୍କ ମନ କି ବାତ୍‌ କାର୍ଯ୍ଯକ୍ରମ ସମସ୍ତେ ଦେଖିବାପରେ ସଭାରମ୍ଭ ହୋଇଥିଲା । ଭାରତମାତା ଙ୍କ ପୂଜାର୍ଚ୍ଚନା ଓ,ରାଷ୍ଟ୍ର ପୁରୁଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡ଼ିଶାର ବିରୋଧୀ ଦଳ ନେତା ତଥା ଭଦ୍ରକର ଜନନାୟକ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯିବା ସହ ଶୋକସଭା କରାଯାଇଥିଲା । ରାଷ୍ଟ୍ର ପୁରୁଷ ଦୀନଦୟାଲଙ୍କ ତ୍ଯାଗପୂତ ଜୀବନ ଉପରେ ଦଳରେ ନେତୃବୃନ୍ଦ ଆଲୋକପାତ କରିଥିଲେ ।ପରେ ଦଳର ସାଂଗଠନିକ ବୈଠକ ଆରମ୍ଭ ହୋଇଥିଲା ।ଦଳର ନେତୃବୃନ୍ଦ ମହିଳା ମୋର୍ଚ୍ଚାର ନୂତନ କଳେବର ସମସ୍ତ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ସମାଜ ଗଠନରେ ମହିଳାମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ତୃଣମୂଳ ସ୍ତରରେ ମହିଳା ଗଠନକୁ ସୁଦୃଢ କରିବା ପାଇଁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ ।ସାଧାରଣ ଜନତା , ଅସହାୟ ମହିଳା,ଦିବ୍ଯାଙ୍ଗମାନଙ୍କ ସୁଖ ଦୁଃଖରେ ସହଭାଗୀ ହେବାକୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ । ପାର୍ବଣ ଋତୁର ଆରମ୍ଭରେ ସମସ୍ତ ମହିଳା କର୍ମି ଏକାଠି ଭେଟଘାଟ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଜୋସ୍ ଖେଳି ଯାଇଥିଲା ।ଵାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ମ୍ୟୁନିସିପାଲଟି ଏବଂ ୭ଟି ବ୍ଳକ ତଦସହ ପଞ୍ଚପିଢ ଉପଖଣ୍ଡୟ କରଂଜିଆ ମ୍ୟୁନିସିପାଲିଟି ଓ ୫ଟି ବ୍ଳକର ସାଂଗଠନିକ ନେତୃବୃନ୍ଦ ଯୋଗ ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଆଦିସ୍କନ୍ଦ ସମାଜର ବ୍ଲକ ସ୍ତରୀୟ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ୱାର୍ଡ ସଭ୍ୟରେ ପ୍ରତିଦ୍ବନ୍ଦିତା କରୁଥିବା ମହେନ୍ଦ୍ର ସୁନାନୀ ଙ୍କ ଆଜି ପରଲୋକ

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!