ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ପବିତ୍ର ପିତୃପକ୍ଷ ଓ ମହାଳୟା ସବୁଠି ଶ୍ରାଦ୍ଧ , ତର୍ପଣ ଓ ପୂଜାର୍ଚ୍ଚନା

ମୟୂରଭଞ୍ଜ-୨୫/୦୯/୨୨(ମସିହା) ହିନ୍ଦୁ ସଂସ୍କୃତି ର ଅନନ୍ୟ ଧାର୍ମିକ ଉପାସନାର ପର୍ବ ହେଉଛି ପିତୃପକ୍ଷ ଓ ମହାଳୟା । ପିତା ଧର୍ମ ପିତାସ୍ବର୍ଗ ପିତା ହିଁ ପରମ ତପଃ; ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତା । ପିତାମାତାଙ୍କ ଋଣ ଜନ୍ନ ଜନ୍ମାନ୍ତର ନେଇ ଚେଷ୍ଟା କଲେ ବି ଶୁଝା ପଡେନାହିଁ । ତଥାପି ପୁତ୍ର ବାର୍ଦ୍ଧକ୍ୟ ରେ ସେମାନଙ୍କ ସେବା ଶୁଶ୍ରୁଷା କରିଥାଏ ଏବଂ ପିତାଙ୍କ ଦେହାନ୍ତ ପରେ ପରାଗତ ଆତ୍ମାର ସଦଗତି ନିମନ୍ତେ ଶୁଦ୍ଧ,ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କାର୍ଯ୍ୟ କରିଥାଏ ।ଏହି ସବୁର ମୂଳଲକ୍ଷ୍ୟ ସେମାନଙ୍କ ମୋକ୍ଷ ନିମନ୍ତେ ପିଣ୍ଡ ଦାନ କରିବା ।ଆଶିନ୍ଯ ମାସ କୃଷ୍ଣପକ୍ଷ ହେଉଛି ପିତୃପକ୍ଷ ବା ମହାଳୟା କେହି କେହି ମଉଳାଶ୍ରାଦ୍ଧ ମଧ୍ୟ କହନ୍ତି ।ଏହି ଦିବସରେ ପୁତ୍ର ପୂର୍ବବର୍ତ୍ତୀ ତିନି ପୁରୁଷ ପିତା,ପ୍ରତିମା,ପିତାମହ;ମାତା,,ମାତାମହୀ,ପ୍ରପିତାମହୀ;ଏବଂ ମାତୃକୂଳର ତିନି ପୁରୁଷ ଓ ମାତାଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ମୃତ୍ୟୁ ଲୋକରେ ଥାଇ ପୂର୍ବ ପୁରୁଷମାନେ ମହାଳୟା ବା ପିତୃପକ୍ଷ ରେ ପିଣ୍ଡ ପାଇଁ ଅପେକ୍ଷା କରିଥାନ୍ତି ।ପିଣ୍ଡ ନପାଇଲେ ସେମାନେ ନିରାଶ ହୋଇ ଫେରିଯାଆନ୍ତି । ଏହିଦିନ ସାଧାରଣତଃ ନିଜ ଵାସଗୃହେ,ତୀର୍ଥ ନଦୀ, ପୁଷ୍କରିଣୀ,ସମୁଦ୍ରକୂଳ,ତୁଳସୀ ମୂଳ,ଗୟା, ବଦ୍ରୀନାଥ, ସମୁଦ୍ର କୂଳ,ଗୟା, ବୈତରଣୀ, ଜଗନ୍ନାଥ ମନ୍ଦିରରେ ଶ୍ରାଦ୍ଧ କାର୍ଯ୍ୟ କରାଯାଇଥାଏ ।କେବଳ ପିତୃପୁରୁଷଙ୍କୁ ନୁହେଁ ସମସ୍ତ ଦେବାଦେବୀ , ଜୀବଜନ୍ତୁ,କୀଟ ସମସ୍ତଙ୍କୁ ମଧ୍ୟ ତୃପ୍ତି ବିଧାନ ପାଇଁ ତର୍ପଣ କରାଯାଇଥାଏ । ପିତାମାତାଙ୍କୁ ପିଣ୍ଡ ଦାନ କଲେ ସେମାନଙ୍କର ସ୍ବର୍ଗାବାସ ହୋଇଥାଏ ବୋଲି ହିନ୍ଦୁ ସଂସ୍କୃତିର ଆସ୍ଥା ଓ ବିଶ୍ୱାସ ଅଛି ।ଆଜି ପବିତ୍ର ଦିବସରେ ରାଇରଙ୍ଗପୁର ସହର ଆଖପାଖରେ ନିଜ ବାହୁରେ ଖଡଖାଈ ନଦୀକୂଳରେ, ମନ୍ଦିରରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ପୂର୍ବପୁରୁଷଙ୍କ ପାଇଁ ଶ୍ରାଦ୍ଧ ଓ ତର୍ପଣ କରିଥିଲେ । ବ୍ରାହ୍ମଣ ମାନଙ୍କୁ ଭୋଜ।ମ ଅର୍ପଣ କରି ଆଶୀର୍ବାଦ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!