ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଆ ଜଗତ ଜନନୀ ଦୁର୍ଗାଙ୍କ ନବଦିନାତ୍ମକ ପୂଜା

ନବରାତ୍ରୀରେ ମା’ଙ୍କ ନଅ ରୂପ…

ଆଜି ଠାରୁ ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ମହାତ୍ମ୍ୟ ଅଧିକ ରହିଛି । ବିଶେଷ କରି ଏହି ନଅ ଦିନରେ ମା’ ୯ ରୂପରେ ପୂଜା ପାଇଥାନ୍ତି ।

ପ୍ରଥମ ଦିନ- ଶୈଳପୁତ୍ରୀ: ନବରାତ୍ରର ପ୍ରଥମ ଦିନରେ କଳସ ପୂଜା ସହ ମା’ ଦୁର୍ଗା ଶୈଳପୁତ୍ରୀ ବେଶରେ ପୂଜା ପଆନ୍ତି । ପର୍ବତରାଜ ହିମାଳୟର କନ୍ୟା ହୋଇଥିବା ଯୋଗୁଁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ ।

ଦ୍ୱିତୀୟ ଦିନ-ବ୍ରହ୍ମଚାରିଣୀ: ଦ୍ୱିତୀୟ ଦିନରେ ମା’ଜଗତ ଜନନୀ ବ୍ରହ୍ମଚାରିଣୀ ବେଶରେ ପୂଜା ପାଇଥାନ୍ତି । ବ୍ରହ୍ମ ଶବ୍ଦର ଅର୍ଥ ହେଉଛି ତପସ୍ୟା ଏବଂ ବ୍ରହ୍ମଚାରିଣୀର ଅର୍ଥ ହେଉଛି ତପର ଆଚରଣ କରିବା । ମା’ଙ୍କ ଏହି ସ୍ୱରୂପର ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତୃତୀୟ ଦିନ-ଚନ୍ଦ୍ରଘଣ୍ଟା: ନବରାତ୍ରୀର ତୃତୀୟ ଦନରେ ମା’ ଦୁର୍ଗାଙ୍କୁ ବାଘ ଉପରେ ବିରାଜମାନ ଚନ୍ଦ୍ରଘଂଟା ରୂପେରେ ପୂଜା କରାଯାଇଥାଏ । ଏହି ରୂପରେ ମା’ଙ୍କ ଦଶଭୂଜା ରହିଛି ଏବଂ ଦଶଭୂଜାରେ ଭିନ୍ନ ଭିନ୍ନ ଶସ୍ତ୍ର ଏବଂ ମା’ଙ୍କ ଗଳାରେ ଧଳା ରଙ୍ଗ ଫୁଲମାଳ ଶୋଭା ପାଇଥାଏ । ମା’ଙ୍କ ଏହି ରୂପର ଆରଧାନା କଲେ ଦୀର୍ଘାୟୁ, ଆରୋଗ୍ୟ, ଓ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି ।

ଚତୁର୍ଥ ଦିନ- କୁଷ୍ମାଣ୍ଡା: ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ବେଶରେ ପୂଜା ପାଇଥାନ୍ତି । ମା’ଙ୍କ ଏହି ରୂପ ଆଦି ସ୍ୱରୂପ ଓ ଆଦି ଶକ୍ତିର ପ୍ରତୀକ ।

ପଞ୍ଚମ ଦିନ-ସ୍କନ୍ଦମାତା: ପଂଚମ ଦିନରେ ଦେବୀ ଦୁର୍ଗା ସ୍କନ୍ଧମାତା ରୂପରେ ପୂଜା ପାଇଥାନ୍ତି । ପଦ୍ମ ଉପରେ ବିରାଜମାନ ହୋଇଥିବା ଯୋଗୁଁ ତାଙ୍କୁ ପଦ୍ମାସନ ଦେବୀ ମଧ୍ୟ କୁହାଯାଏ । ଏହି ରୂପରେ ମା’ ପୁତ୍ର କାର୍ତ୍ତେକେୟଙ୍କୁ ନିଜ କୋଳରେ ଧରିଥାନ୍ତି । ମା’ଙ୍କ ଏହି ରୂପର ଆରଧାନା କଲେ ସାଧକଙ୍କୁ ଆରୋଗ୍ୟ, ବୁଦ୍ଧି ତଥା ଅପାର ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଷଷ୍ଠ ଦିନ-କାଥ୍ୟାୟନୀ: ଷଷ୍ଠ ଦିନରେ ମା’ଙ୍କ କାଥ୍ୟାୟନୀଙ୍କ ବେଶ ଦେଖିବାକୁ ମିଳେ । ଋଷି ମୁନିଙ୍କ କାର୍ଯ୍ୟ ସିଦ୍ଧ କରିବା ପାଇଁ ମହର୍ଷି କାଥ୍ୟାନଙ୍କ ଆଶ୍ରମରେ ମା’ ପ୍ରକଟ ହୋଇଥିବା ଯୋଗୁଁ ତାଙ୍କ ନାମ କାଥ୍ୟାୟନୀ ରଖାଯାଇଛି । ଏହି ରୂପରେ ମା’ଙ୍କ ଚର୍ତୁଭୂଜ ରହିଛି ।

ସପ୍ତମ ଦିନ-କାଳରାତ୍ରୀ: ନବରାତ୍ରୀର ସପ୍ତମ ଦିନରେ ଦେବୀ ଦୁର୍ଗା କାଳରାତ୍ରୀ ବେଶରେ ପୂଜା ପାଇଥାନ୍ତି । ମା’ଙ୍କ ଏହି ସ୍ୱରୂପ ଅତ୍ୟନ୍ତ ଭୟଙ୍କର। ଆସୁରିକ ଶକ୍ତିର ବିନାଶ କରିବା ପାଇଁ ଜଗତ ଜନନୀ ଏହି ବେଶ ଧାରଣ କରିଥିଲେ। ମା’ କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ଆକାଳ ମୃତ୍ୟୁ ଦୋଷ ଏବଂ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଅଷ୍ଟମ ଦିନ-ମହାଗୌରୀ: ମା’ଦୁର୍ଗାଙ୍କ ଅଷ୍ଟମ ଶକ୍ତି ତଥା ତାଙ୍କ ଅଷ୍ଟମ ରୂପ ହେଉଛି ମହାଗୌରୀ । ଧଳା ବସ୍ତ୍ର ପିନ୍ଧି ବଳଦ ଉପରେ ବିରାଜମାନ ହୋଇଥାନ୍ତି ମା’ ମହାଗୌରୀ । ଏଥିସହ ମହାଅଷ୍ଟମୀ ଦିନ କନ୍ୟା ପୂଜନର ମଧ୍ୟ ବିଧି ରହିଛି ।

ନବମ ଦିନ-ସିଦ୍ଧିଦାତ୍ରୀ: ନବମ ଦିନ ଅର୍ଥାତ ଶେଷ ଦିନ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ବେଶରେ ପୂଜା କରାଯାଇଥାଏ । ଦେବୀ ପୁରାଣ ଅନୁସାରେ ମା’ ସିଦ୍ଧିଦାତ୍ରୀ ଭକ୍ତ ଏବଂ ସାଧାକଙ୍କୁ ସମସ୍ତ ପ୍ରକାରର ସିଦ୍ଧି ପ୍ରଧାନ କରିଥାନ୍ତି । ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ସରସ୍ୱତୀଙ୍କ ଅନ୍ୟ ଏକ ସ୍ୱରୂପ । ମା’ ଦୁର୍ଗାଙ୍କୁ ଏହି ବେଶରେ ପୂଜା କଲେ ଯଶ, ବଳ ଓ ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….

Related posts

ଆଜି ସପ୍ତପୁରୀ ଅମାବାସ୍ୟା ଥିବାରୁ ସିଦ୍ଧ ବଳଦେବଜୀଉଙ୍କ ର ବିଶେଷ ପୂଜା ନୀତି ସମ୍ପନ୍ନ

Sunil Chandra Nayak

ନବ ନିର୍ବାଚିତ ସରପଂଚ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ମଦନପୁର ରାମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!