ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନାରୀ ତୁହି ବନ୍ଦନୀୟା

ନାରୀ ତୁହି ବନ୍ଦନୀୟା

ସୁତାରୂପେ ତୁହି ମାତାରୂପେ ତୁହି
    ଭଗିନୀ-ଭାମିନୀ-ଜାୟା
ତ୍ଯାଗରେ ପାଞ୍ଚାଳି କ୍ରୋଧରେ ମା’କାଳୀ
    ନାରୀ ତୁହି ବନ୍ଦନୀୟା |(୧)
ସହିଷ୍ଣୁତା ପଣେ ମାତା ସୀତା ନାମେ 
     ଅଦିତି ପୁଣି ଅହଲ୍ୟା 
ଧୀରତା ତ୍ୟାଗରେ କର୍ତ୍ତବ୍ୟ ପଥରେ
       ସର୍ବଦା ସିଏ ଅତୁଲ୍ୟା |(୨)
ଦ୍ଵାପର ଯୁଗର ଶାଶ୍ଵତ ପ୍ରେମର 
     ପ୍ରେମୀକା ଭାବେ ରାଧିକା
ଭାବ-ଭକତିର ପରାକାଷ୍ଠା ଯା’ର
    ମୀରା ମୁରାରୀ ସାଧିକା |(୩)
କଥିତ ପୁରାଣେ ପଞ୍ଚସତୀ ନାମେ
   ଯୁଗେ ଯୁଗେ ଯେ ପୂଜିତା
 ଜ୍ଞାତି-କୁଟୁମ୍ବର ସାଜଇ ଆଧାର 
     ସାଜି ନିପୁଣା ଦୁହିତା |(୪)
ନାରୀ ଯଶସ୍ଵିନୀ ବିଦୁଷୀ-ସୁଗୁଣୀ 
     ବିଶ୍ଵବାରା -ଲୋପାମୁଦ୍ରା
ଜୈମିନିକା ପରି ଗାର୍ଗୀ ଯେ’ ମଇତ୍ରୀ
    ଶିକ୍ଷା-ଶିରୀ ଯିଏ ସଦା |(୫)
ଶକ୍ତି-ଭକ୍ତି-ମୁକ୍ତି ଦୟା-କ୍ଷମାମୂର୍ତ୍ତି
      ଅଭିଜିତା ଯେ’ ବନ୍ଦିତା
ଆଦିଶକ୍ତି-ମହାଶକ୍ତି ସେ ମୃଣ୍ମୟୀ
    ଦେବୀ ସେ ଜଗତଜିତା |(୬)
ଅଦ୍ୟତନ କାଳେ ନଭେ-ଜଳେ-ସ୍ଥଳେ
     ଉଡା଼ଏ ଦେଶର ନେତ
ବିଶ୍ଵ ବିଜୟିନୀ ଶକ୍ତି ସ୍ଵରୂପିଣୀ
    ସୁରକ୍ଷାଦାୟିନୀ ସେତ |(୭)
ସୃଷ୍ଟିରେ ସଂସ୍କାରେ ଅବା ସମାଜରେ
     ଯା’ ଗୁଣ ଅବର୍ଣ୍ଣନୀୟା
ସାହା-ଭରସାର ସର୍ବ ଗୁଣେ ସାର 
   ନାରୀ ତୁହି ବନ୍ଦନୀୟା
   ନାରୀ ତୁହି ବନ୍ଦନୀୟା |(୮)

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି :- ମଣ୍ଡଳ ( ବଲାଙ୍ଗୀର)

 

Related posts

ବେହେରା ରେ ମହିଳା ସଚେତନ କାର୍ଯ୍ୟକ୍ରମ

Sunil Chandra Nayak

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

Sunil Chandra Nayak

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!