Uncategorizedନଳିନୀ ପ୍ରଭା ମିଶ୍ର ଙ୍କ କବିତା ଦଶ ଭୁଜା by Sunil Chandra NayakSeptember 27, 20220170 Share0 ଦଶ ଭୁଜା ନଳିନୀ ପ୍ରଭା ମିଶ୍ର ଆସିଛି ଅଶିଣ ଧରି ପାର୍ବଣ ହେବ ଷୋଳ ଦିନ ପୂଜା ସଜ୍ଜିତ ମଣ୍ଡପେ ଷୋଡ ଉପଚାରେ ପୂଜା ହେବେ ଦଶ ଭୁଜା। ଆଶ୍ଵିନ କୃଷ୍ଣ ସପ୍ତମୀ ତିଥି୍ରେ ସହସ୍ର କୁମ୍ଭାଭିଷେକ ଷୋହଳ ପୂଜାର ଅୟମାରମ୍ଭ ପୁଲକିତ ମର୍ତ୍ତ୍ୟ ଲୋକ। ମହିଷା ବିତ୍ପାତ ନ ସହି ଧରଣୀ ଦୁର୍ଗାଙ୍କୁ କରିଲେ ସ୍ତୁତି ଜଗତ ହିତରେ ମାତା ଶାକ ମ୍ବରୀ ବିନିଯୋଗ କଲେ ମତି। ମୋହିନୀ ରୂପରେ ଭୁଲାଇ ଦାନବେ ଷୋଳ ଦିନ ଧରି ରଣେ କରି ହତ କଲେ ମହିଷା ସୁରକୁ ଏହି ପବିତ୍ର ପାର୍ବଣେ। ଷୋଳ ଦିନ ଧରି ମହିଷା ସାଙ୍ଗରେ ଲଢି ଥିଲେ ଦଶ ଭୁଜା ତେଣୁଟି ଅଶିଣେ ସ୍ମୃତି ଉଜ୍ଜୀବିତ ଦେବୀଙ୍କର ଷୋଳ ପୂଜା। ସ୍ଥାନ ବିଶେଷରେ ଶୋହଳ ,ନବମ ତିନି ଦିନ ହୁଏ ପୂଜା ମୃଣ୍ମୟ ମୂର୍ତ୍ତି ସ୍ଥାପନ ପୂର୍ବକ ମଣ୍ଡପ ହୁଅଇ ସଜା। ମହା ସପ୍ତମୀ ଓ ମହାଷ୍ଟମୀ ପୂଜା ମହାନବମୀ ର ଦିନ ” ଗଜେଚ ବହୁଧା ଲକ୍ଷ୍ମୀ ପୃଥିବୀ” ଗଜେ ଦେବୀ ଆଗମନ। ବିଜୟା ଦଶମୀ ଦେବୀ ଦଶହରା ବିଜ଼ୟା ମିଳନ ପର୍ବ କାବ୍ୟ କବିତା ର ସଂସ୍କୃତି ମହତ୍ ବଢାଏ ତା ଗୋୖରବ। ଦେବୀ ଦଶଭୁଜା ନାରୀ ଶକ୍ତି ରୂପେ ପୂଜିତ ଏହି ମରତେ ଅଭୟ ଦାୟିନୀ କରୁଛୁ ବିନତୀ ନାରୀ ସୁରକ୍ଷା ନିମନ୍ତେ ନାରୀ ଶକ୍ତି ଆଜି ହେଉ ଜାଗରିତ ଶତ ମହିଷାଙ୍କୁ ଦଳି ପାର୍ବଣ ବସରେ ଦଶ ଭୁଜା ପାଶେ ଏତିକି କରୁଛୁ ଅଳି। ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ