ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା , କ୍ଷମା ପ୍ରାର୍ଥନା ପରେ ମାମଲା ପ୍ରତ୍ୟାହାର

ଚନ୍ଦାହାଣ୍ଡି (ମ ନିସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବୋରିଗୁଡା ଗ୍ରାମର ସ୍ମିଥ କୁମାର ସାହୁ ନାମକ ଜୈନେକ ୟୁଟ୍ୟୁବର ସାମାଜିକ ଗଣ ମାଧ୍ୟମରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇ ଥିବା ନେଇ ପାନାବେଡା ବ୍ରାହ୍ମଣ ସମାଜ ତରଫରୁ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା । ତେବେ ସୋମବାର ଦିନ  ସ୍ମିଥ କୁମାର ସାହୁ ବ୍ରାହ୍ମଣ ସମାଜ ନିକଟରେ କ୍ଷମା ପ୍ରାର୍ଥନା ପରେ ବ୍ରାହ୍ମଣ ସମାଜ ତରଫରୁ ମାମଲା କୁ ପ୍ରତ୍ୟାହାର କରିନେଇଥିବା ସମାଜ ର ବରିଷ୍ଠ କାର୍ଯ୍ୟକର୍ତ୍ତା ସରୋଜ କୁମାର ଅଗସ୍ତି ପ୍ରକାଶ କରିଛନ୍ତି ।  ଏନେଇ ଚନ୍ଦାହାଣ୍ଡି ଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ପାନାବେଡା ସମାଜ ର ସଭାପତି ଦୁତିବାହାନ ଖମାରୀ ଙ୍କ ଆବାହକତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚନ୍ଦାହାଣ୍ଡି ସାହୁ ସମାଜ ର ସଭାପତି ଝୁମୁକଲାଲ ସାହୁ, ବରିଷ୍ଠ ନାଗରିକ ପୁରୁଷୋତ୍ତମ ପାରୀ ,ସ୍ମିଥ ଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିବା ବେଳେ ସ୍ମିଥ ସାହୁ ନିଜର ଭୂଲ୍ ନିମନ୍ତେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ପରେ ଉଭୟ ପକ୍ଷ ଥାନା କୁ ଯାଇ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିକଟରେ ପହଞ୍ଚି ସେମାନେ ଦେଇଥିବା ଏତଲା ପ୍ରତ୍ୟାହାର ନିମନ୍ତେ ଲିଖିତ ଭାବେ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ସ୍ମିଥ କୁମାର ସାହୁ ତାଙ୍କର ୟୁଟ୍ୟୁବ ,ଇନଷ୍ଟାଗ୍ରାମ ଓ ଫେସବୁକ ରେ ଶଳା ବ୍ରାହ୍ମଣ କହିବା ସହ ଶଳା ବ୍ରାହ୍ମଣ ଝିଅ କୁ ଭଲ ପାଇଲି କିନ୍ତୁ ଦେଇଦେଲା ଧୋକା ବୋଲି ଏକ ଭିଡିଓ ତିଆରି କରି ସାମାଜିକ ଗଣମାଧ୍ୟମ ରେ ଅପଲୋଡ କରିଥିଲେ । ଯାହାକୁ ନେଇ ପାନାବେଡା ବ୍ରାହ୍ମଣ ସମାଜ ତରଫରୁ ଚନ୍ଦାହାଣ୍ଡି ଥାନାରେ ଏତଲା ଦିଆଯାଇଥିଲା ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପୂଜାରିଗୁଡା ଗ୍ରାମ ପଞ୍ଚାୟତ :ମୃତ ହିତାଧିକାରୀ ଙ୍କ ନାମରେ ଉଠୁଛି ଚାଉଳ

Sunil Chandra Nayak

ମୟୂରଭଞ୍ଜ ପୂର୍ବତନ ସାଂସଦ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଲଖାନ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଵସ୍ତି ପାଲାସ ହୋଟେଲରେ ଖବରଦାତା ସମ୍ମିଳନୀ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

Leave a Comment

error: Content is protected !!