ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତସ୍କୁଲ ଫୁଟବଲ ଚାମ୍ପିୟନସିପ ପ୍ରତିଯୋଗିତା

ପାପଡାହାଣ୍ଡି,27/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଦଳେଇଗୁଡା ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ଆନ୍ତସ୍କୁଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢ଼ୀଙ୍କ ସଭାପତିତ୍ୱ ରେ ଏହି ଫୁଟବଲ ଚମ୍ପିୟାନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ,ତହସିଲଦାର ଯୋଗେଶ୍ୱର ଭୋଇ,ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ଥିଲେ ।ପାପଡାହାଣ୍ଡି ବ୍ଲକର ପଚିଶିଟି ଵିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଭାଗ ନେଇଥିଲେ ।ଏହି ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇ ଥିବା ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ଶୁଭେଚ୍ଛା ଦେବା ସହ ଉତ୍ତମ ଖେଳ ପ୍ରଦର୍ଶନ କରି ଵିଦ୍ୟାୟଳର ପୁଣି ଜିଲ୍ଲାର ନାଁ ରଖିବାକୁ ଅତିଥିମାନେ କହିଥିଲେ ।ପନ୍ଦର ଜଣ ଛାତ୍ରୀ ଓ ପନ୍ଦର ଜଣ ଛାତ୍ର ଙ୍କୁ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଥିଲା ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ମାଆ ଦୁର୍ଗା

Sunil Chandra Nayak

Leave a Comment

error: Content is protected !!