ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁତପୂର୍ବ ନଗରପାଳ ତଥା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ବଳଙ୍କ ଆତ୍ମହତ୍ୟା 

ରାଉରକେଲା:   ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ନଗରପାଳ ତଥା ରାଉରକେଲା ବାର ଆସୋସିଏସନର ପ୍ରାକ୍ତନ ସଭାପତି , ସମାଜସେବୀ ରମେଶ ଚନ୍ଦ୍ର ବଳ ହରିଆନା ଭବନ ନିକଟସ୍ଥ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ, ସାମ୍ବାଦିକ, ସାମାଜିକ କର୍ମୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ଜନସାଧାରଣ ତାଙ୍କ ଶେଷ ଦର୍ଶନ କରିଥିଲେ । ଶ୍ରୀ ବଳ ଏହି ଆତ୍ମହତ୍ୟା ପାଇଁ କାହାକୁ ଦାୟୀ ନକରି ଜୀବନ ପ୍ରତି ବୀତସ୍ପୃହ ହୋଇ ଏପରି କରିଛନ୍ତି ବୋଲି ସ୍ଥାନୀୟ ପୁଲିସ ପ୍ରଶାସନକୁ ଏକ ସୁଇସାଇଡାଲ ନୋଟ ଜରିଆରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ସ୍ବର୍ଗତ ବଳ ରାଉରକେଲା ବାର୍ ଆସୋସିଏସନରେ ରେକର୍ଡ ସଂଖ୍ୟକ ୧୪ଥର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଥରେ ରାଉରକେଲା ମ୍ୟୁନିସିପାଲଟିରେ ନଗରପାଳ ପଦବୀରେ ଆସୀନ ଥିଲେ । ଏହାସହ ସଚେତନ ନାଗରିକ ମଞ୍ଚର ସହ ସଂପାଦକ, ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ସହରର ବିଭିନ୍ନ ଅନୁଷ୍ଠାନ ସହ ସେ ଜଡିତ ଥିଲେ । ତାଙ୍କର ଦୁଇ ପୁଅ ବିବାହିତ ଏବଂ ବାହାରେ ରହୁଥିବାରୁ ସେମାନେ ଆସିବା ପରେ ତାଙ୍କ ଶବ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ଆଜି ତାଙ୍କ ମରାଶରୀରକୁ ବାସଭବନରୁ ନିଆଯାଇ ବ୍ୟବଛେଦ କରାଯିବା ପରେ ଓକିଲ ସଂଘର ସଦସ୍ୟଙ୍କ ଦର୍ଶନ ନିମନ୍ତେ କୋର୍ଟ ପରିସରକୁ ଅଣାଯାଇଥିଲା. ଏହାପରେ ଶବ ମାର୍ଗହାଉସରେ ରଖା ଯାଇଛି. ସ୍ବର୍ଗତ ବଳଙ୍କ ବିୟୋଗରେ ପ୍ରାକ୍ତନ ମନ୍ତ୍ରୀ ଦିଲୀପ ରାୟ, ବିଧାୟକ ସାରଦା ନାୟକ, ସୁବ୍ରତ ତରାଇ ଶୋକପ୍ରକଟ କରିଥିବାବେଳେ ବିଧାୟକ ଶଙ୍କର ଓରାମ, ବିଜେପି ସଭାନେତ୍ରୀ ଲତିକା ପଟନାୟକ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ. ସଚେତନ ନାଗରିକ ମଞ୍ଚର ସଭାପତି ଡା ଫକୀର ଚାରଣ ହୋତା, ସାଧାରଣ ସଂପାଦକ ପି ପି ରାୟ, ଉପସଭାପତି ଭବେଶ ସାହୁ, ଉପେନ୍ଦ୍ର ନାୟକ, ଚିତ୍ତରଞ୍ଜନ ଦାସ,ଜଗବଂଧୁ ଜେନା, ସମାଜସେବୀ ହରିହର ରାଉତରାୟ, କଂଗ୍ରେସ ନେତା ବିରେନ ସେନାପତି, ବିଜେପି ନେତା ଧୀରେନ ସେନାପତି, ବିଜେଡି ନେତା ଆନନ୍ଦ ମହାନ୍ତି, ବାର ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମାଝୀ,ସଂପାଦକ ଅକ୍ଷୟ ସାହୁ, ବରିଷ୍ଠ ଓକିଲ ଗିରିଶ ମହାପାତ୍ର, ପୂର୍ବତନ ନଗରପାଳ ତଥା ଓକିଲ ନିହାର ରାୟ, ରାଜକିଶୋର ପ୍ରଧାନ,ବାଦଲ ଶ୍ରୀଚନ୍ଦନ, ଦେବବ୍ରତ ବିହାରୀ,ବିରେନ ସେନାପତି, ବବିତା ମହାପାତ୍ର, ଆରତୀ ଚୌଧୁରୀ,ସଦାନନ୍ଦ ସାହୁଙ୍କ ସମେତ ବହୁ ଓକିଲ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

Sunil Chandra Nayak

ନୁନପୂର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୂଆପଡା – ବିବାହ ବରାତ ରେ ଡ୍ରାଇଭର ଓ ତାର ଭାଇ କୁ ମରଣାନ୍ତକ ଆକ୍ରମଣ

Leave a Comment

error: Content is protected !!