ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ ମା ଚନ୍ଦ୍ରଘଣ୍ଟା

ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ

          ମା ଚନ୍ଦ୍ରଘଣ୍ଟା

 

ପିଣ୍ଡଜ ପ୍ରବରାରୂଢା
           ଚଣ୍ଡକୋପାସ୍ତ୍ରକୈର୍ଯୁତା।
ପ୍ରସାଦଂ ତନୁତେ ମହ୍ୟମ୍
            ଚନ୍ଦ୍ରଘଣ୍ଟେତି ବିଶ୍ରୁତା।

ଚେତନାର ତୃତୀୟ ଆୟାମରେ ସାଧକର ମନ ମଣିପୁର ଚକ୍ରରେ ସ୍ଥିତ ହୁଏ,ଏହି ଆୟାମର ଦେବୀ ଚନ୍ଦ୍ରଘଣ୍ଟା। ତାଙ୍କକୃପାରୁ ସୃଷ୍ଟିରେ ପ୍ରଥମ ନାଦ ସୃଷ୍ଟି ହୋଇଥିଲା।ଏହି ଆୟାମରେ ଉପାସନା କଲେ ସାଧକ ଦିବ୍ୟ ଧ୍ବନିଗୁଡିକ ଶ୍ରବଣ କରିପାରେ,ସମସ୍ତ ସାଂସାରିକ କ୍ଳେଶରୁ ମୁକ୍ତହୋଇ ପରମ ଆନନ୍ଦରେ ନିମଗ୍ନ ହୋଇଥାଏ।ମାତା ଚନ୍ଦ୍ରଘଣ୍ଟା ଦଶଭୁଜରେ ଖଡ୍ଗ ଆଦି ଶସ୍ତ୍ର ତଥା ବାଣ ଆଦି ଅସ୍ତ୍ର ଶୋଭାପାଉଥାଏ, ବ୍ୟାଘ୍ରାରୂଢା ହୋଇ ସର୍ବଦା ଯୁଦ୍ଧପାଇଁ ଉଦ୍ୟତ ମୁଦ୍ରାରେ ରହନ୍ତି୍।ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ଶୋଭିତ।ମାତାଙ୍କ ଏହିରୂପ ଶାନ୍ତି ଦାୟକ ଏବଂ କଲ୍ୟାଣକାରୀ, ଶରୀର ତପ୍ତ ସୁବର୍ଣ୍ଣ ସମାନ।

     ତାଙ୍କରି କୃପାରୁ ସମସ୍ତ ପାପ ଓ ବାଧାଗୁଡିକ ବିନଷ୍ଟ ହୋଇଯାଏ।ଉପାସକ ସିଂହ ପରି ନିର୍ଭୟ ଓ ପରାକ୍ରମୀ ହୋଇ ବୀରତା,ନିର୍ଭୟତା ସହ ସୌମ୍ୟତା ଏବଂ ବିନମ୍ରତା ଗୁଣର ଅଧିକାରୀ ହୋଇ ମୁଖ,ନେତ୍ର ତଥା ସମ୍ପୂର୍ଣ୍ଣ କାୟା କାନ୍ତିଯୁକ୍ତ ହୋଇଯାଏ। ସ୍ବରରେ ଦିବ୍ୟ ଓ ଅଲୌକିକ ମାଧୁର୍ଯ୍ୟର ସମାବେଶ ହୋଇଯାଏ , ଶରୀରରୁ ଦିବ୍ୟ ପ୍ରକାଶଯୁକ୍ତ ପରମାଣୁର ଅଦୃଶ୍ୟ ବିକିରଣ ହୋଇଥାଏ।ଦିବ୍ୟଦୃଷ୍ଟିଯୁକ୍ତ ବ୍ୟକ୍ତି କେବଳ ଏହାକୁ ଦେଖିପାରନ୍ତି।ଶରଣାଗତର ରକ୍ଷାପାଇଁ ତାଙ୍କର ଘଣ୍ଟା ସର୍ବଦା ନିନାଦିତ ହୁଏ।ଶୁଦ୍ଧ ଅନ୍ତଃକରଣରେ ମାତାଙ୍କ ଉପାସନା କଲେ ଇହଲୋକ ଓ ପରଲୋକ ଉଭୟପାଇଁ କଲ୍ୟାଣକାରୀ ହୁଏ।

      ରାଧାକୃଷ୍ଣ….

                          ସତ୍ୟ ନାରାୟଣ ମହାପାତ୍ର

                                   ଭବାନୀପାଟଣା 

 

Related posts

ୱାର୍ଡ ମେମ୍ବର ନିର୍ବାଚନ କୁ ନେଇ ଗୁଳି ମାଡ଼

Sunil Chandra Nayak

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!