ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ

 ତେନ୍ତୁଳିଖୁଣ୍ଟି ୨୮/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ର ସାଧାରଣ ପରିଷଦ ବୈଠକ ସଭାପତି ଅଖିଳ ଭତ୍ରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଲ୍ୟାମ୍ପ ଏମ ଡି ନରେଶ ଚନ୍ଦ୍ର ଦାସ ପୂର୍ଵ ବୈଠକ ର ବିବରଣୀ ପାଠ କରିବା ସହ ଆଜିର ବୈଠକ ର ନିର୍ଦ୍ଧାରିତ ଏଜେଣ୍ଡା କହିଥିଲେ। ଚଳିତ ଖରିଫ ଋତୁ ରେ ଚାଷୀ ମାନେ ସାର ର ତଥା ବିହନ ର ଅଭାବ ଗତ ବର୍ଷ ତୁଳନା ରେ କମ ଅନୁଭଵ କରିଛନ୍ତି। କିନ୍ତୁ ଅଭାବ କୁ ଆସନ୍ତା ଖରିଫ ରେ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଚଳିତ ଖରିଫ ଋତୁ ରେ ମଣ୍ଡି ପଞ୍ଜି କରଣ ଶେଷ ହୋଇଛି। କିନ୍ତୁ ଗତ ବର୍ଷ ଭଳି ଲ୍ୟାମ୍ପ କର୍ମଚାରୀ ଙ୍କ ଆନ୍ଦୋଳନ ଯୋଗୁଁ ଖରିଦ୍ ରେ ବିଳମ୍ବ ହୋଇଥିଲା । ଏଣୁ ଚଳିତ ଋତୁରେ ସେହି ସମସ୍ୟା ଖରିଦ୍ ଆରମ୍ଭ ପୂର୍ବରୁ ସମାଧାନ କରିବାକୁ ନିର୍ଦେଶକ ମାନେ ମତ ରଖିଥିଲେ। ବୈଠକ ରେ ସମସ୍ତ ନିର୍ଦେଶକ ଯୋଗ ଦେଇଥିଲେ। ବରିଷ୍ଠ ନିର୍ଦେଶକ ବାରିଜ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଂଗ୍ରେସ ଭବନ ରେ ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ସାଇନିଙ୍ଗ କିଡ୍ସ ୱାର୍ଲଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!