ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା

 ଉତ୍କେଲା,୨୭/୦୯, ମ ନି ସ, କେସିଙ୍ଗା ବ୍ଲକ ଉତ୍କେଲା ଠାରେ ୫୨ ବର୍ଷ ପୁର୍ତୀ ଉପଲକ୍ଷେ ସୋମବାର ଠାରୁ ନବ ରାତ୍ରୀ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି | ଚଳିତବର୍ଷ ଦୁର୍ଗାପୂଜା ପାଇଁ ରବିବାର ଦିନ ସନ୍ଧ୍ୟା ରେ ନିକଟସ୍ଥ ପାଟବନ୍ଧ ରୁ ଶକ୍ତି ରୁପିଣି ଦୁର୍ଗା ଙ୍କୁ ଆବାହନ କରି କଳସୀ ଆଣି ପୂଜା ମଣ୍ଡପରେ ସ୍ଥାପନ କରି ଅଧିବାସ ପୂଜା କରାଯାଇ ସୋମବାର ଦିନ ସକାଳୁ ରୀତିନୀତି ରେ ଶ୍ରଦ୍ଧାଳୁ ଙ୍କ ଭିଡରେ ଦୁର୍ଗା ପୂଜା ଆରମ୍ଭ ହୋଇ ଯାଇଛି l ଗତ ଦୁଇ ବର୍ଷ କୋଭିଡ ପାଇଁ ଅଳ୍ପ ଶ୍ରଦ୍ଧାଳୁ ଏବଂ କଟକଣା ରେ କରାଯାଇ ଥିଲା l କିନ୍ତୁ ଚଳିତ ବର୍ଷ ମା ଙ୍କ ପୂଜା ସନ୍ଧ୍ୟା ଆଳତୀ ବହୁତ ଆଡମ୍ବର ରେ କରାଯିବା ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି ନୁତନ ସଭାପତି ରୁପଚାନ୍ଧ ଜୈନ କହିଛନ୍ତି। ପୂଜା ର କର୍ତା ଭାବରେ ଅଭିଷେକ ଗୋୟଲ ଓ ତାଙ୍କରି ସ୍ବଧର୍ମି ପତ୍ନି ଆକୃତି ଗୋୟଲ ରହି ଦାୟିତ୍ୟ ତୁଲାଉଛନ୍ତି। ପୂଜା କମିଟି ର ଉପ ସଭାପତି ଶ୍ରୀ ରାଜ କୁମାର ଅଗ୍ରୱାଲ,ସଂପାଦକ ତ୍ରିନାଥ ମାଝି,ସହ ସଂପାଦକ ଅର୍ଜୁନ ପୋଢ, ଉପଦେଷ୍ଟା ବଲଦେବ ପୁରୋହିତ, ଅଗସ୍ତି ସା,ଏବଂ କାର୍ଯ୍ୟକର୍ତା ବ୍ରହ୍ମ କୁମାର ଗୋୟଲ, ଲାଲ ବାହାଦୁର ପୁଟେଲ, ବିବେକ ଜୈନ,ବିଜୟାନନ୍ଧ ପୁରୋହିତ,,ଅଙ୍ଗଦ ସା,ନିଶିତ ରଞ୍ଜନ ନାଏକ,ସୁଦର୍ଶନ ଭୋଇ,ଗରିବ ସା,ପବନ କୁମାର ଜୈନ,ଭୁବନେ ନାଗ,ଗୌରବ ଜୈନ, ପ୍ରବୀଣ କୁମାର ଜୈନ,ଟଙ୍କଧର ସା,,ଓ ଗ୍ରାମବାସୀଙ୍କ ପୁର୍ଣ ସହଯୋଗ ରେ ଧୁମଧାମ ରେ ନବରାତ୍ରୀ ପାଳନ ହେଉଛି। | ଏହି ନଅ ଦିନ ଶକ୍ତି ପୂଜା ପାଇଁ ମୁଖ୍ୟ ପୂଜକ ଚନ୍ଧ୍ରଧ୍ବଜ ମିଶ୍ର ସୁନୀଲ ଦାଶ ସହ ପୂଜକ ଭାବେ ଦାଇତ୍ୱ ତୁଲାଉଛନ୍ତି | ପୂଜା କମିଟି ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ ରେ ବୁଧବାର ରେ କେସିଙ୍ଗା ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ।୦୧ ତାରିଖ ଶନିବାର ଡ୍ୟାନସ ଡ୍ୟାନସ ଧମାକା, ୦୨ ତାରିଖ ରବିବାର ମାଁ ଭଣ୍ଡାରୁଣି ନାଟ୍ୟ କଳା ପରିଷଦ ଲୁହାବାହିଲି ର ମହାନ କାଳ୍ପନିକ ନାଟକ ସାବିତ୍ରୀ ଲେଖୁଛି ନିଜ ସ୍ବାମୀ ର ଭାଗ୍ୟ । ୦୪ ତାରିଖ ମଙ୍ଗଳବାର ମେଲୋଡି କାର୍ଯ୍ୟକ୍ରମ ,ଏବଂ ବିଜୟା ଦଶମୀ ବୁଧବାର ଅନ୍ତିମ ଦିନରେ ବିଶେଷ ଆକର୍ଷଣ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବୋଲି ସୂଚନା ମିଳିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ପ୍ରେମଲତା ଙ୍କ କବିତା ଦୀପାବଳୀ

Sunil Chandra Nayak

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

Sunil Chandra Nayak

ରାକ୍ସି ପଂଚାୟତର ମୈ।ଳିକ ସୁବିଧା ଯୋଗାଇ ଦେବା ମୋର ଲକ୍ଷ:ରାକ୍ସି ସରପଂଚ

Sunil Chandra Nayak

Leave a Comment

error: Content is protected !!