ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଉଡୋଳା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଚୋରି ଅଭିଯୋଗ,ଆମପାଣି ପୁଲିସ ର ତଦନ୍ତ ଜାରି

କୋକସରା,୨୯/୯-( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ କବାଟ ଭାଙ୍ଗି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ଆମପାଣି ପୁଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାହକ ସେବାକେନ୍ଦ୍ରଟି କାଉଡୋଳା ଗ୍ରାମର ସବିତା ସାହୁ ଙ୍କ ନାମରେ ରହିଛି। ଗ୍ରାହକ ସେବାକେନ୍ଦ୍ରରୁ ୧୩ ହଜାର ଟଙ୍କା ଚୋରି ହୋଇଥିବା ନେଇ ମାଲିକ ଅଭିଯୋଗ କରିଛନ୍ତି।ପୁଲିସ ସରଜମିନ ତଦନ୍ତ ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ କରିବା ସହ ଶୀଘ୍ର ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଙ୍କୁ ଧରାଯିବା ନେଇ ପୋଲିସ ସୁଚନା ଦେଇଛି। ଏନେଇ ଆମପାଣି ପୋଲିସ ଥାନା କେଶ ନମ୍ବର ୯୮/୨୨ ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୁଚନା ଦେଇଛନ୍ତି।

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଭବାନୀପାଟଣା ର ଉଲ୍ଲେଖନୀୟ ସଫଳତା

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କବି ହେ କଲମଧାରି

କଲମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!