ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

ରାଉରକେଲା/ ରାଉରକେଲା ର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟ ଓ ସହିଦ ଭଗତ ସିଂଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ଶିକ୍ଷାବିତ୍ ବିଜୟିନୀ ଜେନା ମୁଖ୍ୟବକ୍ତା ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିବର ଓ ଭଗତ ସିଂଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ଯ ରେ କହିଲେ ଯେ କବିବର ରାଧାନାଥଙ୍କ କାବ୍ୟ ହେଉଛି ରୀତି ଯୁଗର ଶେଷ ପଦଧ୍ବନୀ। ପ୍ରାଚୀନ କାବ୍ୟ ସାହିତ୍ୟ ପରମ୍ପରାକୁ ବିଦାୟ ଦେବାରେ ସେ ହେଉଛନ୍ତି କର୍ଣଧାର। ନୂତନ ସାହିତ୍ୟର କରିଛନ୍ତି ଅଭିଷେକ। ସେଥିପାଇଁ ସେ ପରବର୍ତ୍ତୀ କବି ମାନଙ୍କର ପ୍ରେରଣାର ଉତ୍ସ । ମୁଖ୍ୟବକ୍ତା ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ଯରେ କହିଲେ ଯେ ଛାତ୍ର ଅବସ୍ଥାରୁ କଲମ ଧାରଣ କରି ଆମ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଦେଇଯାଇଛନ୍ତି ଅମୂଲ୍ୟ ଦାନ। ତାଙ୍କ ଜଜ୍ଜୁଲ୍ୟମାନ ସାହିତ୍ୟ ତାଙ୍କୁ ଆଜିବି ତାଙ୍କୁ ଅମର କରିରଖିଛି। ସେହିପରି ସହିଦ ଭଗତ ସିଂ ଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଉତ୍କଳର ବରପୁତ୍ର କବିବର ରାଧାନାଥ ରାୟଙ୍କୁ ଆମ ସାହିତ୍ୟର ପ୍ରକୃତି କବି କୁହାଯାଏ । ମାତୃଭୂମି ଓ ମାତୃଭାଷାର ସେବାକରି ସେ କାଳକାଳକୁ ଅମର ହୋଇରହିଛନ୍ତି। ଏହା ସହ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିବା ସହ ଭଗତ ସିଂ ଙ୍କ ବଳିଦାନ ଅତୁଳନୀୟ ବୋଲି କହିଥିଲେ । ସଭାପତିତ୍ବ ଅଭିଭାଷଣ ସହ ଶ୍ରୀ ଦୁବେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏ।ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷୟିତ୍ରୀ ସିଲା ନାୟକ,ବିଣାପାଣୀ ରାୟ, ନିବେଦିତା ମହାନ୍ତି, କ୍ଷଣପ୍ରଭା ବେହେରା, ଅମର କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ନୂଆଖାଇ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏହି ତ ଜୀବନ ବ୍ୟଥା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

Leave a Comment

error: Content is protected !!