ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କୋକସରା କଲେଜରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୩୦/୯- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ସମିତି ମାଧ୍ୟମିକ ଉଚ୍ଚ ମହାବିଦ୍ୟାଳୟ କୋକସରା ଠାରେ ଛାତ୍ରଛାତ୍ରୀ ଓ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ ଦିନରେ କଲେଜ ଛାତ୍ରଛାତ୍ରୀ ମାନେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସହିତ ଜଡ଼ିତ ହୋଇ କିଭଳି ଲୋକଙ୍କୁ ସମାଜ ପ୍ରତି ସାହାଯ୍ୟ ସହଯୋଗ କରିବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବେ ତାହାକୁ ନେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଓ ମୁଖ୍ୟବକ୍ତା ଅଧ୍ୟାପକ ଦେବେନ୍ଦ୍ର ମେହେର , ଜ୍ୟୋତିର୍ମୟୀ ପାଣିଗ୍ରାହୀ , ଲିପ୍ସା ଦାସ, ଅନିଲ ବାଗ , ଯୌତିମିତ୍ର ମେହେର ସହିତ ନେହେରୁ ଯୁବ କେନ୍ଦ୍ର ଦୁଇ ସ୍ବେଛାସେବୀ ଦୁର୍ମାନ୍ୟ ଶବର ଓ ଚରଣ ସିଂ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଖେଳ, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଫୋଟୋଗ୍ରାଫି ଇତ୍ୟାଦି କରା ଯାଇଥିବା ବେଳେ ଆଗକୁ ରକ୍ତ ଦାନ ଆଉ ସ୍ୱଚ୍ଛତା ଅଭିଯାନରେ କିଭଳି ଛାତ୍ର ଛାତ୍ରୀ ମାନେ ଯୋଡି ହେବେ ସେନେଇ ସଚେତନ କରାଯାଇଛି।

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 

Sunil Chandra Nayak

Leave a Comment

error: Content is protected !!