ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଡାବୁଗାଁ, ୧/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ବିଡିଓ ଶରତ ମାଝି ଙ୍କ ସଭାପତିତ୍ଵରେ ଶନିବାର ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ | ପରେ ଅତିଥି ମାନେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ଯତ୍ନ ଉପରେ କହିଥିଲେ | ବରିଷ୍ଠ ନାଗରିକ ମାନେ ନିଜ ନିଜର ବକ୍ତବ୍ୟ ରେ ଆଜିର ଯୁବ ପୀଢି ସୁପଥଗାମୀ ହୋଇ ଜଣେଜଣେ ସୁନାଗରିକ ହେବା ନେଇ ଆଲୋକପାତ କରିଥିଲେ | ଏହି ବୈଠକରେ ଅନ୍ୟ ଅତିଥି ଭାବେ ବ୍ଲକ ଉପଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ପ୍ରତିନିଧି ରମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ୟ ଗୁପ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ | ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ କାର୍ଯ୍ୟକ୍ରମ ସହାୟକ ଅମୂଲ୍ୟ ଦଳାଇ ପରିଚାଳନା କରିଥିବା ବେଳେ ଶୁଭଶ୍ରୀ ମହାଙ୍କୁଡ ଓ ସୁରେଶ ବାରିକ ପ୍ରମୁଖ ସହଯୋଗ କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା

Leave a Comment

error: Content is protected !!