ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଅଞ୍ଚଳ କୋଶଳେଶ୍ୱରୀ ମାଲି ସମାଜର ନୂଆଖାଇ ଭେଟଘାଟ

ଗୋଳାମୁଣ୍ଡା/୦୧/୧୦/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ ଠାରେ ଧର୍ମଗଡ଼ କେନ୍ଦ୍ରାଞ୍ଚଳର କୋଶଳେଶ୍ୱରୀ ମାଲି ସମାଜର ୯ ଗୋଟି ଅଞ୍ଚଳକୁ ନେଇ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଧର୍ମଗଡ଼ କେନ୍ଦ୍ରାଞ୍ଚଳର ସଭାପତି ଓ ୯ ଗୋଟି ଅଞ୍ଚଳର ସଭାପତି, ସମ୍ପାଦକ ନିମନ୍ତ୍ରଣରେ ରାଜ୍ୟସ୍ତରୀୟ ସଭାପତି ଓ ବହୁକର୍ମକର୍ତ୍ତା ଉପସ୍ଥିତ ଥିଲେ । କଳାହାଣ୍ଡି ଜିଲ୍ଲାକୁ କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତି ଦୁଇ ଗୋଷ୍ଠୀ କରିଥିବାରୁ ଆଜିକାର ସଭାରେ ଧର୍ମଗଡ଼ କେନ୍ଦ୍ରାଞ୍ଚଳ ପକ୍ଷ  ରୁ ଘୋର ନିନ୍ଦା କରାଯାଇଛି । ନୂତନ କରି ଗଠନ ହୋଇଥିବା କଳାହାଣ୍ଡି ଜିଲ୍ଲା କମିଟିର ସଭାପତି କଳାହାଣ୍ଡି ଜିଲ୍ଲା କମିଟିରେ ଥିବା ଅଞ୍ଚଳରୁ ଧର୍ମଗଡ଼ ଅଞ୍ଚଳରେ ବନ୍ଧୁତା ସ୍ଥାପନ ଓ ବିବାହ ବ୍ରତ ନ କରିବାକୁ ଏକ ଚିଠି ମାଧ୍ୟମରେ ଲେଖି ଭାଇରାଲ କରିଥିବା ଚର୍ଚ୍ଚା ହେଉଛି । ଏ ନେଇ ଧର୍ମଗଡ଼ କେନ୍ଦ୍ରାଞ୍ଚଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଯେଉଁ ସ୍ୱାର୍ଥପର ବ୍ୟକ୍ତି ମାନେ ଜିଲ୍ଲା ମାଲି ସମାଜକୁ ବିଭକ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି ତାଙ୍କ ବିଚାର ଧାରାକୁ ଆଜିକାର ସମାଜରେ ଘୋର ନିନ୍ଦା କରିବା ସହ ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାରେ ପୂର୍ଵ ଭଳି ବନ୍ଧୁ ସ୍ଥାପନ ରହିବ ଓ ନୂର୍ତନ ଭାବେ ଜିଲ୍ଲା କମିଟି ଗଠନ ହେବ ବୋଲି ସର୍ଵ ସମିତି କ୍ରମେ ଗୃହୀତ କରାଯାଇଛି, ।ଏହି ଅବସରେ ଓଡ଼ିଶା ମାଲି ସମାଜ ବିକାଶ ପରିଷଦର ଯୁଗ୍ମ ସମ୍ପାଦକ ଭାର୍ଗବ ଚନ୍ଦ୍ର ପଟେଲ ପ୍ରମୁଖ ପ୍ରକାଶ କରିଥିଲେ।

ଗୋଲାମୁଣ୍ଡା ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କବିତା – ଲୁହ ର ଫଗୁଣ

Sunil Chandra Nayak

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!